ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ସମୀକ୍ଷା ବୈଠକ ଅନୁଷ୍ଠିତ 

ଢେଙ୍କାନାଳ, ତା. ୨୬,୦୪.୨୦୨୩– ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମାନ୍ୟବର ମନ୍ତ୍ରୀ ଇସ୍ପାତ ଓ ଖଣି, ପୂର୍ଣ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଡା. ନୃସିଂହ ଚରଣ ସାହୁ, ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଯୋଗ ଦେଇଥିଲେ । ଅଧିକାରୀମାନେ ଜନପ୍ରତିନିଧୂମାନଙ୍କ ସହିତ ସମନ୍ଵୟ ରକ୍ଷା କରି ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସଦସ୍ୟମାନେ ପରାମର୍ଶ ଦେଇଥିଲେ । ଖଣିଜ ପାଣ୍ଠି ବିନିଯୋଗ କରି ପରଜଙ୍ଗ ବ୍ଲକର ପ୍ରଭାବିତ ୨୦ଟି ଗ୍ରାମ ପଞ୍ଚାୟତର ବିକାଶ ନିମନ୍ତେ ଅଧ୍ବକ ଧ୍ୟାନ ଦେବାକୁ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଗାଇଡ ଲାଇନ ଅନୁସାରେ ଖଣିଜ ପାଣ୍ଠି ବିନିଯୋଗ ନିମନ୍ତେ ନିୟମିତ ବୈଠକ କରି ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସଦସ୍ୟମାନେ ଗୁରୁତ୍ବାରୋପ କରିଛନ୍ତି । 

ଜିଲ୍ଲାରେ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ବୈଠକରେ ଅବଗତ କରାଇଥିଲେ । ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ସ୍କୁଲ, କଲେଜର ଆନୁଷଙ୍ଗିକ ବିକାଶ କରିବା, ମହିଳା ଓ ଶିଶୁମାନଙ୍କ ଉନ୍ନତି ପାଇଁ ଅଧିକ ପାଣ୍ଠି ବିନିଯୋଗ କରିବା, ସଦେଇ ବେରେଣୀସ୍ଥିତ କଳାକୃତି ଗ୍ରାମର ଉନ୍ନତି ବିଧାନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକଳ୍ପ ନିମନ୍ତେ ୫ କୋଟି ୯୦ ଲକ୍ଷର ଖଣିଜ ପାଣ୍ଠିର ବିନିଯୋଗ ହେବ ବୋଲି ଜଣାଯାଇଛି । 

ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିଡିଓମାନେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦଉ (ପ୍ରଶାସନ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

masiha

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ସମାରୋହ-୨୦୨୩ ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!