ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ଉଚ୍ଚ ବିଦ୍ୟାଳରେ ଯୋଗ ପ୍ରଶିକ୍ଷଣ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ବାଦାମ ପାହାଡ଼ ଉଚ୍ଚ ବିଦ୍ୟାଳରେ ଯୋଗ ପ୍ରଶିକ୍ଷଣ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

  ମୟୂରଭଞ୍ଜ -୨୫/୦୯ ( ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଧାଙ୍ଗିଡିମୁତା ଗ୍ରାମ ପଞ୍ଚାୟତ ସ୍ଥିତ ବାଦାମପାହାଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୁଲଗୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶାରିରୀକ ଶିକ୍ଷକ ଶ୍ରୀ ସନ୍ତୋଷ ମହାନ୍ତ , ମୁଖ୍ୟ ବକ୍ତା ଭାବେ ଆନନ୍ଦ ମାର୍ଗ ସଂଗଠନର ଧର୍ମ ପ୍ରଚାରକ କର୍ମୀ ଯୋଗ ଦେଇ ” ଯୋଗ ସାଇକୋଲଜି”ଉପରେ ଉଦବୋଧନ ଦେଇ ମନୁଷ୍ୟର ୫୦ ଟି ବୃତ୍ତି ଉପରେ ହରମୋହନ ର ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ରତିକାନ୍ତ ମହାନ୍ତ, ହେମନ୍ତ ପ୍ରଧାନ, ଲକ୍ଷ୍ମୀ ପ୍ରୀୟା ସିଂ,ଭୂବନେଶ୍ବରୀ ହେମ୍ବ୍ରମ,ଲତିକାରାଣୀ ମାର୍ଣ୍ଡୀ, ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଯୋଗାସନର ମାହାତ୍ମ୍ୟ ଓ ଉପକାରୀତା ଉପରେ ସମ୍ପର୍କରେ ଅବଗତ କରାଇଥିଲେ ।ପରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକମାନେ ବିଦ୍ୟାଳୟ ପରିସରରେ ଆମ୍ବ ସମେତ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଶାନ୍ତ ଦାସ,ରଘୁ ହାଁସଦା,ଦିଲିପ ପରିଡ଼ା ସିନ୍ଗୋ ମାଝୀ ,ଫୁଦାନ ହେମ୍ବ୍ରମ, ଉପେନ୍ଦ୍ର ନାଥ ହେମ୍ବ୍ରମ, ମହେନ୍ଦ୍ର ହାଁସଦା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିଆରା ଢଙ୍ଗରେ ଶାରଦା ଏକାଡେମୀ 2000 ବ୍ୟାଚ ର ବନ୍ଧୁ ମିଳନ

Sunil Chandra Nayak

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

masiha

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

Leave a Comment

error: Content is protected !!