ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ 

ରାଉରକେଲା: ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ ଙ୍କର ୧୩୧ ତମ ଜନ୍ମ ଦିବସ ଉପଯୁକ୍ତ ମର୍ଯ୍ୟାଦା ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଦିନରେ ମଙ୍ଗଳ ଆରତୀ,ବେଦ ଆବୃତ୍ତି,ହୋମ,ଭବନ, ପ୍ରବଚନ, କଥାମୃତ,ପାଠ, ପୁଷ୍ପାଞ୍ଜଳି,ଭୋଗ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ଚାରିଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ। ସନ୍ଧ୍ୟାରେ ବିଶେଷ ସନ୍ଧ୍ୟା ଆଳତି ଓ ରାମକୃଷ୍ଣ ସଂକୀର୍ତ୍ତନ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସ୍ବାମୀ ଦିବ୍ୟ ସ୍ବରୁପାନନ୍ଦ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜନ୍ମଦିନ ପୂର୍ବରୁ ଓ ପରଦିନ ଅଭାବି ଲୋକମାନଙ୍କୁ ମହାରାଜ ପ୍ରାୟ ଚାରିଶହ କମ୍ବଳ ବିତରଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

ମଧୁବାବୁଙ୍କ ଓଡ଼ିଶା ଆଜି କର୍ପୋରେଟ୍‌‍ ହାଉସ୍‌‍ ନିୟନ୍ତ୍ରଣରେ, ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ  

Sunil Chandra Nayak

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!