ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

ନର୍ଲା (ମନିସ)ଗତ ୨୫ ରୁ ୨୮ ଅପ୍ରେଲ ୨୦୨୩ ରିଖ ପର୍ଯ୍ୟନ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବ୍ରଜବିହାର, ଭବାନୀପାଟଣା ଠାରେ,ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଭବାନୀପାଟଣା ସଂକୁଳ ଅନ୍ତର୍ଗତ ଆଠଗୋଟି ଶିଶୁ ବିଦ୍ୟା ମନ୍ଦିରର ସର୍ବମୋଟ ୧୧୨ ଜଣ ଗୁରୁଜୀ ଗୁରୁମାଙ୍କର ଏକ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣର ଶୁଭ ଉଦ୍ଘାଟନ ହୋଇଯାଇଛି।

ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆସନ ଅଳଙ୍କୃତ କରି ସଭାର ଗୌରବ ବର୍ଦ୍ଧନ କରିଥିଲେ ଭବାନୀପାଟଣା ପୌରପାଳିକାର ମାନନୀୟା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା। ମୁଖ୍ୟ ବକ୍ତା ଭାବେ ପୂଜନୀୟ ସ୍ବାମୀ ପରମାନନ୍ଦ ସରସ୍ଵତୀ ଗୁରୁଜୀ ଗୁରୁମାଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

ସଭାରେ ସଂକୁଳ ପ୍ରମୁଖ ମାନନୀୟ ଅଶୋକ ସିଂହ ଅଧ୍ୟକ୍ଷତା କରିଥିବାବେଳେ ସଂକୁଳ ସଂଯୋଜକ ଶ୍ରୀ କୁଞ୍ଜ ବିହାରୀ ଦାଶ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଫକୀର ମୋହନ ଜୟନ୍ତୀ ପାଳନ

Sunil Chandra Nayak

ଗଁଦିଆ ବ୍ଲକ ଉଦ୍ୟାନ କୃଷି କର୍ମ ଶାଳା

Sunil Chandra Nayak

Leave a Comment

error: Content is protected !!