ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପଂଚଦଶ ଜନ୍ମବାର୍ଷିକୀ ଉତ୍ସବ

ଢେଙ୍କାନାଳ, ୨୭/୪: ଢେଙ୍କାନାଳ ସହର ଦୁର୍ଗାବଜାରସ୍ଥିତ ହନୁମାନବାଟିକା ଠାରେ ଶ୍ରୀଶ୍ରୀ ହନୁମାନ ଦେବଙ୍କ ପଂଚଦଶ ଜନ୍ମବାର୍ଷିକୀ ଉତ୍ସବ ମହାସ ମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମଙ୍ଗଳା ଆଳତି ଓ ମାଜଣା, ସୂର୍ଯ୍ୟପୂଜା, ଷୋଡଷ ଉପଚାର ପୂଜା, ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ ହୋଇ ଅପରାହ୍ନରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତମାନେ ପ୍ରସାଦସେବନ କରିଥିଲେ। ସଂଧ୍ୟାରେ ଭଜନ ସମାରୋହର କାର୍ଯ୍ୟକ୍ରମ ରହିଛି । ପୂଜକ ଅମରେନ୍ଦ୍ର ନନ୍ଦ, ମନ୍ଦିରର ପୂଜକ ନଗେନ ନନ୍ଦ, କର୍ତା ରୁଦ୍ରନାରାୟଣ ତ୍ରିପାଠୀଙ୍କ ଦ୍ବାରା ପୂଜାକାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାଜୀବ ଲୋଚନ ସିଂହଦେଓ ଉପସ୍ଥିତ ଥିଲେ । ସଭାପତି ପୁଲକ ମିଶ୍ର, ସଂପାଦକ ଶୁଭେନ୍ଦୁ କୁମାର ଶତପଥୀ, ସନ୍ତୋଷ କୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅରୁଣ ବିଶ୍ବାଳ, ପ୍ରଦୀପ ସାମଲଙ୍କ ସହିତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଜାଗେଜପଦର ଗ୍ରାମରେ ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ଯାତ୍ରା ବା ଚନ୍ଦନ ଯାତ୍ରା

ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐  ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ 

Sunil Chandra Nayak

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

Sunil Chandra Nayak

Leave a Comment

error: Content is protected !!