ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ଧନୁଯାତ୍ରା ମହୋତ୍ସବ , ମଥୁରା ନଗରୀ କୁ ସାମ୍ବାଦିକ ଙ୍କୁ କଂସ ଙ୍କ ଡାକରା, ଦେବକୀ ବାସୁଦେବ ବିବାହ ଅନୁଷ୍ଠିତ

ଚନ୍ଦାହାଣ୍ଡି(ମ ନି ସ ) ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଠାରେ ଚାଲିଥିବା ଧନୁଯାତ୍ରା ର ଚତୁର୍ଥ ରଜନୀରେ ମଥୁରା ନଗରୀରେ କଂସ ଦେବକୀର ଷଡପୁତ୍ର ନିଧନ କରିବା ସହ ନିଜ ପିତା ଉଗ୍ରସେନ ଙ୍କୁ ଦ୍ୱାରପାଳ ସଜାଇ ନିଜେ କଂସ ରାଜ ସିଂହାସନ ରେ ଅଭିଶିକ୍ତ ହୋଇଛନ୍ତି । ମହାରାଜ କଂସ ଙ୍କୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ଗୋପପୁର ଠାରୁ ବାଜାବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀ କୁ ପାଛୋଟି ଆଣିଥିଲେ । ମହାରାଜ କଂସ ମଂଚରେ ପହଂଚି ଚନ୍ଦାହାଣ୍ଡି ବ୍ଲକର ବରିଷ୍ଠ ସାମ୍ବାଦିକ ଦିଲିପ ଦାସ ,ମହମ୍ମଦ ହୁସେନ, ବାସୁଦେବ ସୁନା ,ସଂଗ୍ରାମ କେଶରୀ ସାହୁ, କାମିନୀ ରଞ୍ଜନ ପାଣ୍ଡେ ଙ୍କୁ ମଥୁରା ନଗରୀ କୁ ନିମନ୍ତ୍ରଣ କରିବା ସହ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ମହାରାଜା କଂସ ସମସ୍ତ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଂଚଳରେ ଏଭଳି ଏକ ପୈାରାଣିକ ନାଟକର ଆୟୋଜନ କରି ଅଂଚଳବାସୀଙ୍କୁ ପୂରାଣ ସଂପର୍କରେ ଭାବାଦର୍ଶ କରାଇଥିବା ରୁ ସାମ୍ବାଦିକ ସଂଘ ତରଫରୁ ଧନୁଯାତ୍ରା କମିଟି ତଥା ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଘ୍ନେଶ୍ବର ଆଚାରୀ, ଦୁର୍ଯ୍ୟୋଧନ ପୁଜାରୀ, କମଳ ପୁଜାରୀ, ବବି ବିଶୋଇ,ରତ୍ନାକର ପୁଜାରୀ ,କୃଷ୍ଣ ପୂଜାରୀ, ଧୋନୀ ମାଝୀ, କୈଳାସ ବେହେରା, ଲଳିତ ପାଣ୍ଡେ, ହିରଣ୍ୟ ମରକାମ ,ପ୍ରମୂଖ ସହଯୋଗ କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

masiha

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ବନ୍ଧୁଗାଁର ଅନେକ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!