ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁସୂଦନ ଶିକ୍ଷା ନିବାସରେ ମଧୁବାବୁଙ୍କ ଜୟନ୍ତୀ ପାଳନ

ରାଉରକେଲା/ ସେକ୍ଟର ୧୭ ମଧୁସୂଦନ ଶିକ୍ଷା ନିବାସ ଠାରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗିନୀ ମୁଦାଲିଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ନାୟକଙ୍କ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀରାଉତ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ମଧୁବାବୁ ଥିଲେ ଚିନ୍ତା ଓ ଚେତନାରେ ଖାଣ୍ଟି ଉତ୍କଳୀୟ । ସେ ଉତ୍କଳ ବାସୀଙ୍କୁ ଜାତିପ୍ରେମରେ ଉଦବୁଦ୍ଧ କରାଇ ଏକତ୍ର ହେବା ପାଇଁ ଆହ୍ବାନ ଦେଇଥିଲେ। ଏହା ସହ ସେ ମଧୁସୂଦନଙ୍କ ସଂପର୍କରେ ଏକ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ପାଢୀ, ଶରତ ପାତ୍ର, ନିରୁପମା ନାୟକ, ସଂଯୁକ୍ତା ମହାନ୍ତି, ଝିଲିମା ମହାନ୍ତି, କଳ୍ପିତା ସରଣ , ସତ୍ୟଭାମା ଖୁଣ୍ଟିଆ, ନିବେଦିତା ବେହେରା, ଅଜୟ ରାୟ,ଜିତେନ୍ଦ୍ର ପଣ୍ଡା, ନିରାକାର ଜେନା, ନୀଲମ ସିଂହ ପ୍ରମୁଖ ମଧୁସୂଦନଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସତ୍ୟବତୀ ନନ୍ଦ, ଝରଣା ନାୟକ, ମୁକୁଲ ଆଚାର୍ଯ୍ୟ, କଳିକା ନାୟକ, ମାଧବୀ ଦେବୀ, ଅଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ 

ସୁନ୍ଦରଗଡ଼ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତିର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ

Sunil Chandra Nayak

ଧରାକୋଟ ଗଡରେ ଦେବସ୍ନାନ ପୂର୍ଣ୍ଣିମା 

Sunil Chandra Nayak

Leave a Comment

error: Content is protected !!