ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

ରାଇଘର,//  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଓ ଏ ଭି ପ୍ରବେଶିକା ପରୀକ୍ଷାରେ ସର୍ବାଧିକ ନୋ ରଖି ଛନ୍ତି ଅଭିପ୍ସା ମହାପାତ୍ର। ପ୍ରକାଶ ଥାଉ କି ରାଇଘର ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ରେ ପଞ୍ଚମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଅଭିପସା ଗତ ମାସ ମାର୍ଚ୍ଚ ପାଞ୍ଚ ତାରିଖ ଦିନ ଅନୁଷ୍ଟିତ ହୋଇଥିବା ଓ ଏ ଭି ର ଷଷ୍ଟ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା ନିମନ୍ତେ ପରୀକ୍ଷା ଦେଇଥିଲେ । ଏହି ପ୍ରବେଶିକା ପରୀକ୍ଷାରେ ମୋଟ 721 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ତାର ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଳେ ସମୁଦାୟ 60 ମାର୍କ ପାଇଁ ପରୀକ୍ଷା ହୋଇଥିଲା। ଷାଠିଏ ମାର୍କ ରୁ ପଞ୍ଚାବନ ମାର୍କ ଆଣି ଅଭିପସା ମହାପାତ୍ର ବ୍ଲକ ରେ ସର୍ବାଧିକ ନୋ ରଖି ଥିବା ବେଳେ ଶିଶୁ ମନ୍ଦିର ରେ ଅଧ୍ୟୟନ କରୁଥିବା , ଅଭିପସ ମହାପାତ୍ର ଙ୍କ ସହ, ସୁଭସ୍ମିତା ପ୍ରଧାନ, ପ୍ରଜ୍ଞା ପରମିତା ସ୍ବାଇଁ, ସୌମ୍ୟରଞ୍ଜନ ମହାନ୍ତି, ଉସ୍ଵଵ ହାଲଦାର, ମୁକେଶ କୁମାର ଗଣ୍ଡ, ଜୀବନ ଜ୍ୟୋତି ପନିୟା ,ଏହିସାତ ଜଣ ଛାତ୍ର ଛାତ୍ରୀ ଓ ଏ, ଭି ପ୍ରବେଶିକା ପରୀକ୍ଷାରେ ଭଲ କରିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ରେ ପଢିବା ସକାଶେ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହୁମାଛି ଆକ୍ରମଣରେ ଚାରି ଗୁରୁତର ବସ୍ତା ଡାକ୍ତରଖାନାରେ ଭର୍ତ୍ତି

masiha

କୋଇଡ଼ା ; ସେଗାସାହି ସ୍ଥିତ ଏମଏନଏସ ଖଣିକତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ଖିଲାପ ବିରୋଧରେ ସିଆଇଟିୟୁ ପକ୍ଷରୁ ବିଶାଳ ଶ୍ରମିକ ସମ୍ମିଳନୀ 

masiha

ମଧୁସୂଦନ ପାଠାଗାରରେ ମଧୁସୂଦନଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!