ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଥୁଆମୂଳ ରାମପୁର:୩୦/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ପୋଖରା ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ବିଜେପି କାର୍ଯ୍ଯକାରୀଣୀ ସଦସ୍ୟ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ତଥା କଳାହାଣ୍ଡି ଜିଲ୍ଲା ଟେଲିକମ୍ ସଦସ୍ୟ ଯୁବନେତା ଶ୍ରୀ ବିଷ୍ଣୁ ନାଏକ, କୁଟୃଖମାର ମଣ୍ତଳ ସଭାପତି ଶ୍ରୀ ପିତାମ୍ବର ସାହୁ, ଡୁମେରପଦର ମଣ୍ତଳ ସଭାପତି ଶ୍ରୀ ଧନୁର୍ୟ୍ଯ ନାଏକ, ଥୁଆମୂଳ ରାମପୁର ମଣ୍ତଳ ସଭାପତି ଶ୍ରୀ ସୁଶାନ୍ତ କୁମାର ନାଏକ, ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ,ଓ ଗଜେନ୍ଦ୍ର ନାଏକ, ଯୁଵମୋର୍ଚ୍ଚା ସଭାପତି ଆଲୋକ କୁମାର ନାଏକ, ସାଧାରଣ ସମ୍ପାଦକ ଅଭିରାମ ନାଏକ, ଭରତ ନାଏକ, ଏସସି ମୋର୍ଚ୍ଚା ଉପ ସଭାପତି ଶ୍ରୀ ବିପିନ୍ ନାଏକ, ଥୁଆମୂଳ ରାମପୁର ମହିଳା ନେତ୍ରୀ ଶ୍ରୀମତୀ କିଆମଣୀ ନାଏକ, ଜଗନ୍ନାଥ ନାଏକ, ନିଧନ ଗୌଡ, ପାଟନିଆ ନାଏକ, ଦୁର୍ଯ୍ଯୋଧନ ନାଏକ, ପୁଷ୍ପ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ଶୁଣିବା ଓ ଦେଖିବା ପାଇଁ ଶତାଧିକ ଜନତା ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା ବିଜେଡି ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ ବାପୁ ପଣ୍ଡା, ଶିବରାମ ରାଉତ, ଧନୀନ୍ଦ୍ର ନାଏକ, ଅନ୍ତରାମ ନାଏକ, ଟୁନୁ ସାହୁ, ଶରତ ନାଏକ, ପୁରୁଷୋତ୍ତମ ନାଏକ ଅଶୋକ ନାଏକ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ

Sunil Chandra Nayak

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ରଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

କଣ୍ଟାବାଞ୍ଜି ରାଜନୀତିରେ ହଟଚମଟ , ଉଭୟ କଂଗ୍ରେସ ,ବିଜେପି ଓ ବିଜେଡି ମଧ୍ଯରେ ଛକାପଞ୍ଚା

masiha

Leave a Comment

error: Content is protected !!