ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଟିଫାସ ଗ୍ରାମରେ ନୂତନ ପ୍ରାଥମିକ ବିଦ୍ଯାଳୟ ଖୋଲିବା ପାଇଁ ଏକ ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର:୩୦/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିଫାସ ଗ୍ରାମର ଛୋଟଛୋଟ କମଳୋମତି ପୁଅଝିଅ ବିଦ୍ୟାଳୟ ଅଭାବ ଯୋଗୁଁ ପାଠପଢାରୁ ବଞ୍ଚିତ ରହିଛନ୍ତି। ଦେଶ ସ୍ବାଧୀନତା ଢେର ବର୍ଷ ଅତିକ୍ରମ କରିଥିଲେ ହେଁ ଏଠାର ମୌଳିକ ସୁବିଧା ସୁଯୋଗ ପହଞ୍ଚି ପାରିନାହିଁ ଯାହାଫଳରେ ଭାଟିଫାସ ଗ୍ରାମବାସୀ ବିଭିନ୍ନ ସମୟରେ ନାହିଁନଥିବା ଅସୁଧା ଭୋଗୁଛନ୍ତି। ଏହି ଗ୍ରାମବାସୀଙ୍କ ପାଇଁ ସ୍ବାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ,ଗମନାଗମନ ଭଳି ଅନେକ ସମସ୍ୟା ରହିଥିବାବେଳେ ଛୋଟଛୋଟ ପିଲାମାନେ ଙ୍କ ନିମନ୍ତେ ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ।ତେଣୁ ଛୋଟଛୋଟ ପୁଅଝିଅ ମାନେ ପାଠପଢାରୁ ବଞ୍ଚିତ ରହିଛନ୍ତି ଏହାକୁ ଦୃଷ୍ଟିରେ ରଖି ପାଡେପଦର ଗ୍ରାମପଞ୍ଚାୟତର ସମିତି ସଭ୍ୟ ଶ୍ରୀ ମୋହନ କୁମାର ସାଗର କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ, ଜିଲ୍ଲାପାଳ ଭାଟିଫାସ ଗ୍ରାମରେ ଏକ ନୂତନ ପ୍ରାଥମିକ ବିଦ୍ଯାଳୟ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲାପାଳ ତୂରନ୍ତ ପଦକ୍ଷେପ ନେବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ର ନିର୍ଦ୍ଦେଶ ଅନୁଯାୟୀ ସିଆରସି ଶ୍ରୀ ଖଗେଶ୍ବର ନାଏକ ଭାଟିଫାସ ଗ୍ରାମରେ ପହଞ୍ଚି ଗ୍ରାମର ସମସ୍ତ ଲୋକଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ। ଏହି ବୈଠକରେ ସମିତି ସଭ୍ୟ ଶ୍ରୀ ମୋହନ କୁମାର ସାଗର, ଅଙ୍ଗନବାଡି କର୍ମୀ ସୁଲେଖା ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ସିଆରସି ଖଗେଶ୍ବର ନାଏକ ଗ୍ରାମର ସମସ୍ତ ପୁଅଝିଅ ଙ୍କ ସର୍ଭେ କାର୍ଯ୍ଯ ଶେଷ ହେବା ପରେ ଭାଟିଫାସ ଗ୍ରାମରେ ସରକାର ଙ୍କ ପକ୍ଷରୁ ଏକ ନୂତନ ପ୍ରାଥମିକ ବିଦ୍ଯାଳୟ ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବନୋତ୍ସବ ପାଳିତ

Sunil Chandra Nayak

ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା 

Sunil Chandra Nayak

ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!