ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

ରାୟଗଡ:- ତା 30/04-ଗତ ତା 29.04.2023ରିଖ ଶନିବାର ଦିନ ଜୟ ଭୀମ ସମାଜ ଜେକେ ପୁର, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି , ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମାଜ ଓ କଂଶିରାମ ବାମସେଫ ରାୟଗଡା ଆନୁକୂଲ୍ୟରେ ବିଶ୍ୱରତ୍ନ, ଜ୍ଞାନର ପ୍ରତୀକ, ଭାରତର ବିଶ୍ଵବୃହତ ସମ୍ବିଧାନର ପ୍ରଣେତା ଡ଼ଃ ବାବା ସାହେବଙ୍କ 132 ତମ ଜନ୍ମ ମହୋତ୍ସବ ଆବସରରେ ଅମ୍ଳାଭଟା ଛକ ଠାରେ ବାବା ସାହେବ ଙ୍କ ଭବ୍ୟ ମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହାଆଡମ୍ବରେ ପାଳନ କରାଯାଇଥିଲା l ଏହି ଅବସରରେ ରେ ପୂର୍ବାହ୍ନ 10ଘଂଟିକା ସମୟରେ ଅମ୍ଳାଭଟା ଛକ ଠାରୁ ରାୟଗଡା ଅଭିମୁଖେ ଦୁଇଶହରୁ ଉର୍ଦ୍ଧ ବାଇକ ରାଲି ଆରମ୍ବ କରାଯାଇଥିଲା l ବାଇକ ରାଲିରେ ଯାଇ ରାୟଗଡା ସ୍ଥିତ ବସଷ୍ଟାଣ୍ଡ ନିକଟସ୍ଥ ବାବାସାହେବଙ୍କ ପ୍ରତିମୂର୍ତ୍ତି ଓ ରେଲି ସାହି ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ସମାପନ କରି ପୁନର୍ବାର ଅମ୍ଲାଭଟାକୁ ବାଇକ ରାଲି କରି ଫେରିଥିଲେ l ଫେରିବା ପରେ ଅମ୍ଲାଭଟା ଛକରେ ଟ୍ରାକମେଲୋଡିକୁ ହଜାର ହଜାର ସଂଖ୍ୟା ରେ ଉପଭୋଗ କରିବା ସହ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ l ତିନଟି ପର୍ଯ୍ୟାୟରେ ହେଉଥିବା ଏହି କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନିମନ୍ତେ ହଜାର ହଜାର ବାବା ସାହେବ ପ୍ରେମୀଙ୍କୁ ନେଇ ଜୟ ଭୀମ ନାରା ଦେଇ ଅମ୍ଲାଭଟା ଛକରୁ ଜେକେ ପୁର ଦେଇ ପଦଯାତ୍ରା କରlଯାଇଥିଲେ l ପଦଯାତ୍ରା ପରେ ଜନସମୁଦ୍ରରେ ପାଲଟି ଥିବା ଅମ୍ଲାଭଟା ଛକରେ ବାବା ସାହେବ ଆମ୍ବେଦକରଙ୍କ ନୂତନ ପୂର୍ଣ୍ଣଅବୟବ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମସନ୍ଧ୍ୟା ୭ ଘଣ୍ଟିକା ଠାରୁ ଆରମ୍ଭ କରାଯାଇ ଥିଲା l ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼. ଦୟାନିଧି ବାଗ, ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ମିଶନ, ରାୟାଗଡ଼ , ସମ୍ମାନୀତ ଅତିଥି ଭାବେ ପୂର୍ବତ୍ତନ ମନ୍ତ୍ରୀ,ଲାଲ ବିହାରୀ ହିମିରିକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁକର ପ୍ରଧାନ , ଗଙ୍ଗାଧର ପୁଆଲା,ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ, ରାୟଗଡା , ହରପ୍ରସାଦ ହେପୃକା,ଉପାଧ୍ୟକ୍ଷ ରାୟଗଡା ପଞ୍ଚାୟତ ସମିତି, ରାୟଗଡା, ଜିଲ୍ଲା ପରିଷଦ ସି ଜୋନ ସନ୍ଧ୍ୟା ପୁଲାକା, ସରପଞ୍ଚ ପେଣ୍ଟା ଜିପି , ଜନାର୍ଦ୍ଦନ ଗରଡ଼ା କଂlଶିରାମ ବାମସେଫ ସଂଯୋଜକ , ରାୟଗଡା, ସୁବାସ ବିଡ଼ିକା,କଂlଶିରାମ ବାମସଫ , ରାୟଗଡା , ଅଭିମନ୍ୟୁ କନ୍ଧପାଣି ସଭାପତି,କଂlଶିରାମ ବାମସେଫ ରାୟଗଡାଙ୍କ ସହ ବିଏସପି ଜିଲ୍ଲା ସଭାପତି ଜିତୁ ଜାକାଶିକା, ବିଏସପି ଜିଲ୍ଲା ସଭାନେତ୍ରୀ ସୁମିତା ବିଡ଼ିକା, ବିଏସପିର ପ୍ରଚାରକ ସରୋଜ ନାୟକ ଓ ମୁଖ୍ୟ ବକ୍ତା ଭୁଦେବ ମହାନନ୍ଦିଆ ଆଇନଜୀବୀ ମାଲକାନଗିରିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଡ଼ଃ.ବାଗ ଓ ପୂର୍ବତନ ମନ୍ତ୍ରୀ ହିମିରିକାଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା l ଆୟୋଜନ ଅଭି ପାଲାକା, ଭୀମ ସମାଜ ସଭାପତି ଧନୁର୍ଯ୍ୟ ନାୟକ ଓ ଆବାହକ ଅଭି ପାଲାକା ,ରବି ଗରଡିଆ ଏବଂ ଟିମଙ୍କ ତତ୍ୱାବଧାନରେ ହୋଇଥିଲା l ତୃତୀୟ ପର୍ଯ୍ୟାୟ ରାତି ୯ ଘଣ୍ଟିକାରେ ସଭା କାର୍ଯ୍ୟ ଆରମ୍ଭ କରି ପ୍ରାୟ ରାତ୍ରି ୧୧ ଘଣ୍ଟିକା ପର୍ଯ୍ୟନ୍ତ ବିଭିନ୍ନ ବକ୍ତା ମାନଙ୍କ ଭାଷଣ କାର୍ଯ୍ୟକ୍ରମ ଆଡମ୍ବର ଭାବେ ସମାପନ କରା ଯାଇଥିଲା ଓ ରକ୍ ଷ୍ଟାର ରୁକୁ ସୁନା ଙ୍କ ରଙ୍ଗା ରଙ୍ଗ କର୍ଯ୍ୟ କ୍ରମ କୁ ଉପସ୍ଥିତ ହଜାର ହଜାର ଲୋକ ଉପଭୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଗୁରୁଦିବସ ଅବସରରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀ

masiha

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

Leave a Comment

error: Content is protected !!