ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ରବି ଜଳସେଚନର ଆରମ୍ଭ। ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ରବି ଜଳସେଚନର ଆରମ୍ଭ। ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ରବି ଜଳସେଚନର ଶୁଭାରମ୍ଭ କରାଯାଇଛି । ଜଳସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମସ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିବା ବେଳେ ସ୍ଥାନୟ ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ । ପୂଜାର୍ଚ୍ଚନା ପରେ ବାମ, ଦକ୍ଷିଣ ଓ ମେଗାଲିଫ୍ଟ କେନାଲମାନଙ୍କରେ ପାଣି ଛଡ଼ା ଯାଇଛି । ରବି ଚାଷ ପାଇଁ ମୋଟ ୭୧, ୨୭୪ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇ ଥିବାବେଳେ ଏହା ଜିଲ୍ଲାର ଜୟପାଟଣା, କଲମପୁର, ଜୁନାଗଡ଼, ଧର୍ମଗଡ, ଗୋଲାମୁଣ୍ଡା ଓ କୋକସରା ବ୍ଲକର ଚାଷୀମାନେ ଉପକୃତ ହେବେ ବୋଲି ଜଣାପଡ଼ିଛି । ସଂପୃକ୍ତ ବାମ ମୁଖ୍ୟ କେନାଲର ୩୪, ୩୧୫, ଦକ୍ଷିଣ ମୁଖ୍ୟ କେନାଲର ୨୦୦୭୨ ଓ ମେଗା ଲିଫ୍ଟ କେନାଲର ୧୬, ୪୧୫ ହେକ୍ଟର ଜମିରେ ଜଳସେଚନ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇ ଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ଦକ୍ଷିଣ ମୁଖ୍ୟ କେନାଲ ନିର୍ମାଣ କର୍ଯ୍ୟ ପାଇଁ ଦୁଇବର୍ଷ ଧରି ରବି ସମୟରେ ଜଳସେଚନ ବନ୍ଦ ରଖା ଯାଇଥିବା ବେଳେ ଚଳିତ ଜଳସେଚନ ଚାଷୀଙ୍କ ପାଇଁ ଅନନ୍ୟ ବିକଳ୍ପ ଅର୍ଥନୀତି ଭାବରେ ସହାୟକ ହେବ ବୋଲି ଆଲୋଚନା ହେଉଛି । ଶୁଭାରମ୍ଭ ସମୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ ଦକ୍ଷିଣ ମୁଖ୍ୟ କେନାଲର ରାଜ କୁମାର ବେହେରା, ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ତୃପ ପାତ୍ର, ଧର୍ମଗଡ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ ଭୋଇ, ମେଗାଲିଫ୍ଟର ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ସହକାରୀ ଯନ୍ତ୍ରୀ ରଘୁନାଥ ମୁଣ୍ଡା, କୃଷକ ନେତା ମାଣିକ୍ୟ ଜ୍ୟୋତି ପଣ୍ଡା, ଲଛମନ ଯୋଲା ବାରିଆଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ପରୀକ୍ଷା ମୂଳକ ଭାବରେ ବାମ କେନାଲରେ ୧୦ କୁମେକ୍ସ, ଦକ୍ଷିଣ ଓ ମେଗାଲିଫ୍ଟ କେନାଲରେ ପାଞ୍ଚ କୁମେକ୍ସ ହିସାବରେ ପାଣି ଛଡ଼ା ଯାଇଥିବା ସୂଚନା ମିଳିଛି । ଏହି ରବି ଜଳସେଚନ ମେ ମାସ ସାତ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସ୍ୱଳ୍ପ ମିଆଦି ଧାନ କରିବା ପାଇଁ ବିଭାଗ ଜିଲ୍ଲାର ଚାଷୀମାନଙ୍କୁ ନିବେଦନ କରିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

Sunil Chandra Nayak

ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା

Sunil Chandra Nayak

ବାରାହା ଆକ୍ରମଣରେ ଚାଷୀ ଗୁରୁତର :ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି 

Sunil Chandra Nayak

Leave a Comment

error: Content is protected !!