ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୮ ଟି ଅଭିଯୋଗର ଶୁଣାଣି 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୮ ଟି ଅଭିଯୋଗର ଶୁଣାଣି 

ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ୨୮ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୮ ଟି ଅଭିଯୋଗ ମଧ୍ୟରୁ ୧୯ ଟି ଅଭିଯୋଗ ବ୍ୟକ୍ତିଗତ, ୯ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସଂକଳ୍ପ ବନ ସୁରକ୍ଷା ସମିତିକୁ ହସ୍ତାନ୍ତର, ୨୦୧୨ ମୋ ଜଙ୍ଗଲ ଜମି ଆକ୍ଟ ଲାଗୁ କରିବା, ରାଜ୍ୟ ରାଜପଥ କଦରେ ନୂତନ ଦୋକାନ ଗୃହ ନିର୍ମାଣ କରିବା, ଡାବୁଗାଁ ପଞ୍ଚାୟତରେ ପାଣି ପଞ୍ଚାୟତ ଗଠନ କରିବା, ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେମେଷ୍ଟ୍ରି, ଇଂରାଜୀ ଓ ଓଡିଆ ଅଧ୍ୟାପକ ନିଯୁକ୍ତି କରିବା, ଏମଜିଏନଆରଇଜିଏସ ଯୋଜନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପରିଶ୍ରମିକ ଠିକ ସମୟରେ ମିଳୁନଥିବା, ଶ୍ମସାନ ରେ ଶବଦାହ ଗୃହ ନିର୍ମାଣ, ବ୍ଲକ ପରିସରରେ ଆଧାର କେନ୍ଦ୍ର ଚାଲୁ କରିବା ଭଳି ଅଭିଯୋଗ ରହିଥିଲା | ଶେଷରେ ଡ଼ଙ୍ଗରିଗୁଡା ପଞ୍ଚାୟତ ଅଧୀନ ଭରତଗୁଡା ଗ୍ରାମର ଭିନ୍ନକ୍ଷମ ଘାସି ଗୌଡଙ୍କୁ ହୁଇଲଚେୟା ଜିଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମଳୟ କୁମାର ତ୍ରିପାଠୀ, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜେଶ କୁମାର ସାହୁ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଅତିରିକ୍ତ ଜିଲାମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର କବିରାଜ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ସହକାରୀ ଶ୍ରମ ଅଧିକାରୀ ପଦ୍ମଚରଣ ପଣ୍ଡା, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର ସଦାଶିବ ଭତ୍ରା, ସିଡିପିଓ ମିନତୀ ଦାଶ, ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବନପାଳ ଉମାକାନ୍ତ ପଟ୍ଟନାୟକ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ମୃତ୍ତିକା ସଂରକ୍ଷଣ ବିଭାଗ ରେଞ୍ଜର ଗୌତମ ସେଠୀ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ଓ ଜିଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋମନା ବସ୍ ଷ୍ଟାଣ୍ଡରେ ନାହିଁ ଛାଇ କି ପାଣି ବ୍ୟବସ୍ଥା ଚା ଦୋକାନ, ପାନ ଦୋକାନରେ ଯାତ୍ରୀ

Sunil Chandra Nayak

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

masiha

ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ମୁଣ୍ଡ ଙ୍କ ସେବା ନିବୃତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!