ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ହଜାରିପଡ଼ା ର ସ୍ୱେଚ୍ଛାସେବୀ ସଂଗଠନ କଳାରୁଦ୍ର ଯୁବକ ସଂଘ ଭାବରେ ବେଶ ପରିଚିତ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୯ତମ ବାର୍ଷିକ ଉତ୍ସବ ଅବସରେ ମ. ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମରେ ଅବସ୍ଥିତ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘ କୁଶୁର୍ଲା (ହଜାରୀପଡା) ଦ୍ଵାରା ଆଦିବାସୀ ଛାତ୍ର ମାନଙ୍କୁ ମିଷ୍ଟାନ୍ନ ବାଣ୍ଟିବା ସହ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଶ୍ରମର ମୁଖ୍ୟ ସମ୍ପାଦକ ମହାରାଜ ଅଶୋକ ନନ୍ଦ, ସହ ସମ୍ପାଦକ ସ୍ୱାମୀ ବିରେଶ ନନ୍ଦ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଜରାନିବାସ ଶ୍ରୀ ରଶ୍ମୀକାନ୍ତ ପଟ୍ଟନାୟକ ଓ ଶ୍ରୀ ଜଗନ୍ନାଥ କର, ଡ଼ାକ୍ତର ଲୋକନାଥ ସାହୁ କଲାରୁଦ୍ର ଯୁବକ ସଂଘର ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁ, ସମାଜ ସେବୀ ତ୍ରିଲୋଚନ ସାହୁ, ହରପ୍ରସଦ ସାହୁ, ତୁଷ୍ମନ୍ତ ସାହୁ, ହେମନ୍ତ ସାହୁ, ସୁରେନ୍ଦ୍ର ସାହୁ, ରମେଶ ସାହୁ, ଧର୍ମରାଜ ସାହୁ, ଡୋଲମଣୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ଟିକୁ ପାଳନ କରିଥିଲେ। ପରେ ରାସ୍ତା କଡ଼ରେ ବୁଲୁଥିବା ମାନସିକ ବିକୃତ ମାନଙ୍କୁ ମଧ୍ୟ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜାତୀୟ ସ୍ବେଚ୍ଛାସେବୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ତ୍ରୟୋଦଶ ଦିନରେ ପହଞ୍ଚିଲା ଗଣଧାରଣା ,ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

masiha

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

masiha

Leave a Comment

error: Content is protected !!