ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ହଜାରିପଡ଼ା ର ସ୍ୱେଚ୍ଛାସେବୀ ସଂଗଠନ କଳାରୁଦ୍ର ଯୁବକ ସଂଘ ଭାବରେ ବେଶ ପରିଚିତ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୯ତମ ବାର୍ଷିକ ଉତ୍ସବ ଅବସରେ ମ. ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମରେ ଅବସ୍ଥିତ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘ କୁଶୁର୍ଲା (ହଜାରୀପଡା) ଦ୍ଵାରା ଆଦିବାସୀ ଛାତ୍ର ମାନଙ୍କୁ ମିଷ୍ଟାନ୍ନ ବାଣ୍ଟିବା ସହ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଶ୍ରମର ମୁଖ୍ୟ ସମ୍ପାଦକ ମହାରାଜ ଅଶୋକ ନନ୍ଦ, ସହ ସମ୍ପାଦକ ସ୍ୱାମୀ ବିରେଶ ନନ୍ଦ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଜରାନିବାସ ଶ୍ରୀ ରଶ୍ମୀକାନ୍ତ ପଟ୍ଟନାୟକ ଓ ଶ୍ରୀ ଜଗନ୍ନାଥ କର, ଡ଼ାକ୍ତର ଲୋକନାଥ ସାହୁ କଲାରୁଦ୍ର ଯୁବକ ସଂଘର ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁ, ସମାଜ ସେବୀ ତ୍ରିଲୋଚନ ସାହୁ, ହରପ୍ରସଦ ସାହୁ, ତୁଷ୍ମନ୍ତ ସାହୁ, ହେମନ୍ତ ସାହୁ, ସୁରେନ୍ଦ୍ର ସାହୁ, ରମେଶ ସାହୁ, ଧର୍ମରାଜ ସାହୁ, ଡୋଲମଣୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ଟିକୁ ପାଳନ କରିଥିଲେ। ପରେ ରାସ୍ତା କଡ଼ରେ ବୁଲୁଥିବା ମାନସିକ ବିକୃତ ମାନଙ୍କୁ ମଧ୍ୟ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜାତୀୟ ସ୍ବେଚ୍ଛାସେବୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସେବାଶ୍ରମରେ ଲଷ୍ମୀ ଧର ସାର୍ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

masiha

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

masiha

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!