ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ସତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ ପ୍ରକଳ୍ପ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଦ୍ଵାରା ଶୁଭାରମ୍ଭ

ବନ୍ଧୁଗାଁ ତା ୩୦/୪/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ବିଭିନ୍ନ ଗାଁ ଗୁଡିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ଗସ୍ତ ଅବସରରେ ସତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି । ସତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଲାଡୁ ହୁଲୁକା, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ସମ୍ପାଦକ ଅଭିମନ୍ୟୁ ଭାଣ୍ଡି , ବରିଷ୍ଟ କର୍ମୀ ଦୂର୍ୟ ନାଗ ଓ ବ୍ଲକ ମହିଳା ଉପ ସଭାନେତ୍ରି ପୁଷ୍ପାଞ୍ଜଳି କାଡ୍ରାକାଙ୍କ ଉପସ୍ଥିତିରେ ଗୁଲୁମିଗୁଡା ଗ୍ରାମରେ ବସୁଧା ଯୋଜନାରେ ତିଆରି ପିଇବା ପାଣି ଟ୍ୟାଙ୍କ ରୁ ବିଞ୍ଛା ଯାଇଥିବା ପାଇପ୍ ଗୁଡ଼ିକ ନିମ୍ନ ମାନର ଥିବା ସହିତ ପାଣି ମଧ୍ୟ ମିଳୁ ନଥିବା ଜାଣି ଜିଲ୍ଲାପାଳ କୋରାପୁଟ ଙ୍କୁ ଅବଗତ କରି ଥିବା ଜାଣିବାକୁ ମିଳିଛି । ଏହା ସହିତ ବିଭିନ୍ନ ଉନ୍ନୟନ ମୂଳକ କାମ ଗୁଡ଼ିକ ତଦାରଖ କରିବା ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଚଳିତ ବର୍ଷ ସତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଦିବାସୀଙ୍କ ପାରମ୍ପାରିକ ପୂଜା ସ୍ଥଳୀ ସୁନୁଲି ଥିବା ଗାରିଡି ପଞ୍ଚାୟତ ର ଆମ୍ଳିପୁଟ, କୁଟ୍ରାବେଡା ପଞ୍ଚାୟତ ର ମଞ୍ଚାପଦର, କୁମ୍ଭାରିପୁଟ ପଞ୍ଚାୟତର ଗିଣୀଜିଖାଲ ଓ ନିଲାବାଡି ପଞ୍ଚାୟତର ଘୁମୁରା ଗ୍ରାମ ରେ ଭୂମି ପୂଜନ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗସ୍ତ ସହିତ ଆଜି ଆଦିବାସୀଙ୍କ ପାରମ୍ପରିକ ପୂଜା ସ୍ଥଳୀ ଭାବେ ଜଣାଶୁଣା ସୁନୁଲୀ ଗୁଡିକରେ ପୂଜା ଅର୍ଚ୍ଚନା କରି ଶୁଭାରମ୍ଭ କରିଥିବାରୁ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମେତ ସତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସିଆରିଆ ଗ୍ରାମରେ ତ୍ରୟୋଦଶ ବାର୍ଷିକ -୨୦୨୬ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ତୃତୀୟ ଦିନରେ ଶିବଧନୁ ଭଗ୍ନ ଓ ସୀତା ବିବାହ

Sunil Chandra Nayak

ବିଦ୍ୟାଷ୍ଟଡ଼ି ପଏଂଟରେ ଓଡ଼ିଆ ଅସ୍ମିତାର ମହାପର୍ବ ଉତ୍କଳ ଦିବସ ପାଳିତ

masiha

ମନରେଗା ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!