ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

ଢେଙ୍କାନାଳ, ୩୦/୪ : ଢେଙ୍କାନାଳର ପୂର୍ବତନ ସୈନିକ ସଂଘ ପକ୍ଷରୁ ସମସ୍ତ ସଦସ୍ୟମାନେ ଆଜି ସକାଳେ ଢେଙ୍କାନାଳ ବଣ୍ଡସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ନିକଟରେ ଏକତ୍ରିତ ହୋଇ ସହୀଦ ହୋଇଥିବା ବୀର ସୈନିକ ଓ ଦନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶାନ୍ତି ପ୍ରାର୍ଥନା ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ମାନ୍ୟବର ସାଂସଦ ମହେଶ ସାହୁଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବୀ ପତ୍ରରେ ସାରା ଭାରତରେ ପୂର୍ବତନ ସୈନିକଙ୍କ ପ୍ରତି ହୋଇଥିବା ଭେଦଭାବ ଓ ଅନ୍ୟାୟ ବିରୁଦ୍ଧରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ପୂର୍ବତନ ସୈନିକମାନଙ୍କୁ ସମାନ ପଦ ପାଇଁ ସମାନ ପେନ୍‌ସନ୍‌, ମିଲିଟାରି ସେବା ସମ୍ମାନ, ବୀର ନାରୀଙ୍କ ପ୍ରତି ଅନ୍ୟାୟ, ଯୁଦ୍ଧ କ୍ଷେତ୍ରରେ ଆଘାତ ପାଇଥିବା ସୈନିକଙ୍କ ପ୍ରତି ନିଷ୍ଠୁରତା ଏବଂ ଅଫିସରମାନଙ୍କୁ ଆର୍ଥିକ କ୍ଷେତ୍ରରେ ମାଲାମାଲ୍ କରିଥିବା ଉପାୟକୁ ପ୍ରଧାନମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ସାଂସଦ ଶ୍ରୀ ସାହୁ ଉକ୍ତ ଦାବିପତ୍ରକୁ ସାଦରେ ଗ୍ରହଣ କରି ପୂର୍ଣ୍ଣ ସହଯୋଗ କରିବେ ବୋଲି ଉପସ୍ଥିତ ଥିବା ପୂର୍ବତନ ସୈନିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକାଶଥାଉକି, ପୂର୍ବରୁ ଗତ ଏପ୍ରିଲ୍ ୩ ତାରିଖରେ ପୂର୍ବତନ ସୈନି କମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଏହିପରି ଦାବିପତ୍ର ପ୍ରଦାନ କରିଥିଲେ । ଆହୁରି ମଧ୍ୟ ଏହି ଦାବୀ ପତ୍ରରେ ଜଣାଇଛନ୍ତି, ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଦେଶର ସବୁ ପୂର୍ବତନ ସୈନିକ ସଂଗଠନ ଦ୍ବାରା ବିଭିନ୍ନ ଉପାୟରେ ଏ ଆନ୍ଦୋଳନ ଜାରି ରହିବ । ଏହି ଦାବିପତ୍ର ପ୍ରଦାନ ବେଳେ ଢେଙ୍କାନାଳ ପୂର୍ବତନ ସୈନିକ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ, ଉପସଭାପତି ବିମଳ କୁମାର ଶତପଥୀ, ବିଭୁତି ଭୂଷଣ ନନ୍ଦ, ସମ୍ପାଦକ ସୁଭାଷ ଚନ୍ଦ୍ର ହୋତା, ଯୁଗ୍ମ ସଂପାଦକ ସଞ୍ଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଞ୍ଛଳ କୁମାର ରାଉତ, କାମାକ୍ଷାନଗର ଜୋନ୍ ସଭାପତି ଡମ୍ବରୁଧର ରାଉତ ଏବଂ ସଂପାଦକ ରବିନାରାୟଣ ସାହୁ, ହିନ୍ଦୋଳ ଜୋନ୍‌ର ଉପଦେଷ୍ଟା ବ୍ରଜକିଶୋର ମହାପାତ୍ର ଏବଂ ନିମାଇ ଚରଣ ମହାପାତ୍ର ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ ଅବସରପ୍ରାପ୍ତ ସୈନିକମନେ ଏକତ୍ରିତ ହୋଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

Sunil Chandra Nayak

Leave a Comment

error: Content is protected !!