ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ରାଉରକେଲା/ ଆକାଶବାଣୀ କେନ୍ଦ୍ର ରାଉରକେଲା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ ଶହେତମ ଏପିସୋଡ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପରିଚାଳକ ଜୟଦେବ ଭୁଏ ଓ ଇଂ ଏମଡି ସମିମ୍ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, କଣ୍ଠଶିଳ୍ପୀ ରାଜକୁମାରୀ ଦେବୀ ଓ କ୍ରୀଡା ସଂଗଠକ ସୁଶାନ୍ତ ବେହେରା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସର୍ବଶ୍ରୀ ବିଷ୍ଣୁଚରଣ ସେଠୀ, ଗୌରାଙ୍ଗ ମହାନ୍ତି, ସଲିକ ବରୁୱା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ଜଗଦା ସ୍ଥିତ କେନ୍ଦ୍ର ଓ ସେକ୍ଟର ୬ ପାହାଡ ଉପରେ ଥିବା ଟ୍ରାନ୍ସମିଶନ କେନ୍ଦ୍ର ବୁଲି ଦେଖିଥିଲେ । ସେହିଭଳି ଆକାଶ ବାଣୀ କେନ୍ଦ୍ର ତରଫରୁ କାର୍ଯ୍ୟକ୍ରମ ପରିଚାଳକ ଆହ୍ଲାଦିନୀ ହୋତା, ମୀନାକ୍ଷୀ ନାୟକ, ବିକ୍ରମ ସାହୁ, ଦିଲ୍ଲୀପ ଖଡିରତ୍ନ, ଚିତ୍ତରଞ୍ଜନ ଜେନା, ସିକନ୍ଦର ସୟ, ବସନ୍ତ କୁମାର ସାହୁ,କନକଲତା ବେହେରା,ଜଶିନ୍ତା ଡୁଙ୍ଗଡୁଙ୍ଗ, ଲଳିତା ମାଇଙ୍ଗ, ରଘୁନନ୍ଦନ ଲାକ୍ରା ଓ ଟ୍ରାନ୍ସମିଟର ଷ୍ଟାଫ୍ ସର୍ବଶ୍ରୀ ଦେବାଶିଷ ଚକ୍ରବର୍ତ୍ତୀ, ଅଜିତ କୁମାର ସାହୁ, ସୌଭାଗ୍ଯ ବାରିକ,ଗିରିଶ ଚନ୍ଦ୍ର ନାୟକ, ଭକ୍ତୁ କିଶାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୁରୁଣାସରରେ କଳସ ଶୋଭାଯାତ୍ରା

Sunil Chandra Nayak

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

masiha

‘ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

masiha

Leave a Comment

error: Content is protected !!