ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟନ

କୋଷାଗୁମୁଡ଼ା ୩୦/୦୪/୨୩ ( ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମରେ ରବିବାର ଉତ୍କଳ ଗୋଶାଳା ସମିତି ପକ୍ଷରୁ ସନାତନ ଧର୍ମ ଗୋରକ୍ଷାର ଏକ ଗୋଶାଳା ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ଗୋଶାଳାର ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ରୂପେ ଜିଲ୍ଲା ଚିକିତ୍ସାଧିକାରୀ ଡଃ ରମେଶ ଚନ୍ଦ୍ର ସାହୁ ବରିଷ୍ଠ ସମାଜ ସେବୀ ଜଗନ୍ନାଥ ମହାପାତ୍ର, ବି ଡି ଓ ସୁକାନ୍ତ କୁମାର ପଟ୍ଟନାୟକ ,କୋଡ଼ିଙ୍ଗା ତହସିଲଦାର ଟିକୁନ ପୁଟା, ବୋରିଗୁମା ତହସିଲଦାର ସବ୍ୟସାଚୀ ଜେନାଙ୍କ ସହ ସ୍ଥାନୀୟ ପ୍ରଶାସାନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମାଜସେବା କରିଥିବାରୁ ବୋରିଗୁମ୍ମା ତହସିଲଦାର ସବ୍ୟସାଚୀ ଜେନା,ଲିଙ୍ଗରାଜ ଦାସ,କୁଞ୍ଜ ବିହାରି ଦାସ,ବଳବାନ ସିଂ,କେ ଏନ ରାଜୁ,ଉର୍ମିଳା ଅପା ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ମାନପତ୍ର ଦେଇ ସମ୍ବଧନ କରିଥିଲେ ! ର୍ଗୋଶାଳା ନିର୍ମାଣ କରିବାର ମୂଳ ଲକ୍ଷ୍ୟ ହେଲା ଅଞ୍ଚଳର ବୁଲାବୁଲି କରୁଥିବା ଗୋମାତା ଓ ଗୋ ଚାଲାଣ ରୋକିବା ସହ ଏହି ଗୋଶାଳା ରେ ଯେମିତି ଗୋମାତା ମାନେ ସୁରକ୍ଷିତ ରହିପାରିବେ ତାହାର ମୂଳ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଗୋଶାଳା ସମିତି ସମ୍ପାଦକ ସମୀର କୁମାର ପ୍ରଧାନ ପୌରହିତ କରିଥିବା ବେଳେ ଉମରକୋଟ ଗୋ ସମ୍ପଦ ବିକାଶ ପ୍ରତିଷ୍ଠାନ ର ସଭାପତି ଅଞ୍ଜନ କୁମାର ଜେନା , ସ୍ଥାନୀୟ ବ୍ଲକ ଗୋଷ୍ଟି ପ୍ରାଣୀ ଚିକିତ୍ସାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଗୋ ସୁରକ୍ଷା ବାହିନୀର ସଦସ୍ୟ ମାନେ ପରିଚାଳନା କରିଥିଲେ ।

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

masiha

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

masiha

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!