ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତ ନନ୍ଦଙ୍କ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ଆସନ୍ତା ୨ରେ..

ରାଉରକେଲା / ସ୍ବନାମଧନ୍ୟ ସିନେ ଅଭିନେତା, ପଦ୍ମଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ୭୭ ତମ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ‘ ଚିର ସବୁଜ ପ୍ରଶାନ୍ତ’ ଆସନ୍ତା ମଇ ଦୁଇ ତାରିଖ ସନ୍ଧ୍ୟା ୬ ଟାରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହେବାକୁ ଯାଉଛି l ସ୍ଥାନୀୟ ସହର ସେବା ସମିତି ଆନୁକୂଲ୍ୟରେ ରାଉରକେଲାର ମ୍ୟୁଜିକ ଥେରାପି ଓ ଭୁବନେଶ୍ୱରର ଇନ୍ଦ୍ରଧନୁ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଏହି ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ପ୍ରଶାନ୍ତ ନନ୍ଦଙ୍କ ଉପସ୍ଥିତିରେ ହେବ ଏବଂ ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଅତନୁ ଭୌମିକ ମୁଖ୍ୟଅତିଥି ଭାବେ ଯୋଗଦେବେ l ଶ୍ରୀ ନନ୍ଦଙ୍କ ଜନ୍ମଦିନ ସକାଶେ ଉତ୍ସର୍ଗୀକୃତ ଏହି କାର୍ଯ୍ୟକ୍ରମରେ ଏହି ବରିଷ୍ଠ ସିନେତାରକାଙ୍କ ଅଭିନୀତ, ନିର୍ଦ୍ଦେଶିତ ସିନେମା ଗୁଡ଼ିକର ମନଛୁଆଁ ସଙ୍ଗୀତ ଗୁଡ଼ିକ ପରିବେଶିତ ହେବ l କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ବହୁସଂଖ୍ୟାରେ ଯୋଗଦେବାକୁ ସହର ସେବା ସମିତିର ଆବାହକ ଶୈଳେନ୍ଦ୍ର ମହାନ୍ତି ନିବେଦନ କରିଛନ୍ତି l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଟ୍ରୀ ଫାଉଣ୍ଡେସନ ଅଧକ୍ଷ ଙ୍କୁ ପ୍ରକୃତି ମିତ୍ର ପୁରସ୍କାର 

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!