ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୩୯ ତମ ବିଶ୍ଵ ଶ୍ରମିକ ଦିବସ ପାଳିତ 

 ନବରଙ୍ଗପୁର ତା ୦୧.ମେ.୨୦୨୩ (ମସିହା)ଆଜି ବିଶ୍ଵଶ୍ରମିକ ଦିବସ। ଏହି ଅବସରରେ ୧୩୯ ତମ ବିଶ୍ଵ ଶ୍ରମିକ ଦିବସ ନବରଙ୍ଗପୁର ଜିଲ୍ଲା ଜାତୀୟ କଂଗ୍ରେସ INTUC ଶାଖା ତରଫରୁ ସଭାପତି ଶ୍ରୀ ଦିବାକର ପୂଜାରୀ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଅଗ୍ନିପୂର ପଞ୍ଚାୟତ ସ୍ଥିତ ଲଳିତା ଦେଇ ପୁର ଶାସନ ଠାରେ ପାଳନ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଶ୍ରେଣୀ ର ଲୋକ ଉପସ୍ଥିତ ଥିବା ଦେଖିବା କୁ ମିଳିଥିଲା।ଶ୍ରମିକ ଙ୍କ ହିତ ନିମନ୍ତେ ସରକାର ଙ୍କ ଯୋଜନା କିଭଳି କାଗଜ କଲମ ମଧ୍ୟରେ ସୀମିତ ରହିଥିବା।କାମ କରୁଥିବା ସମୟରେ କୌଣସି ଛୋଟ ବଡ଼ ଦୁର୍ଘଟଣା ହେଲେ କ୍ଷତିପୂରଣ ନିୟମ ଥିଲେ ମଧ୍ୟ ବହୁ କ୍ଷେତ୍ର ରେ ଅଣଦେଖା ହେବା,ଶ୍ରମିକ ଙ୍କ ନିମନ୍ତେ ପାରିବାରିକ ଇନ୍ସୁରେନ୍ସ,ନିଜ ପୁଅ କିମ୍ବା ଝିଅ ଙ୍କ ବିବାହ ସମୟ ରେ ସରକାରୀ ସହାୟତା ପ୍ରଦାନ ରେ ଅଣଦେଖା ଭଳି ଅନେକ ବିଷୟରେ ଆଲୋଚନା କରିବା ସହ ସରକାରଙ୍କ ଯୋଜନା କୁ ନେଇ ସମାଲୋଚନା କରିଥିଲେ।କଳ କାରଖାନା ଶୂନ୍ୟ ନବରଙ୍ଗପୁର ଜିଲ୍ଲା ରେ ଅଭାବି କାମ ହେତୁ ବର୍ଷ ତମାମ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟ କୁ ଯାଇ ଜୀବିକା ନିର୍ବାହ କରିବା ସହ ପରିବାର ପ୍ରତିପୋଷଣ କରିଥାନ୍ତି।ବହୁ ସମୟରେ ଅନେକ ଶ୍ରମିକ ନାନା ପ୍ରକାର ଅପ୍ରିତୀ କର ସମସ୍ୟା ଭିତରେ ପଡ଼ି ହଇରାଣ ହେବା ଦେଖା ଦେଇଥାଏ।ଅନ୍ୟ ଲୋକଙ୍କ ସେବା ଓ ସୁବିଧା ପ୍ରତି ସବୁବେଳେ ଧ୍ୟାନ ଦେଉଥିବା ଶ୍ରମିକ କିଭଳି ଭଙ୍ଗା ଦଦରା ଘରେ ବସବାସ କରି ଜୀବନ ବିତାଉ ଛନ୍ତି,ସେ ସବୁ ବିଷୟରେ ଉପସ୍ଥିତ ଥିବା ଶ୍ରମିକ ମାନେ ନିଜ ଦୁଃଖ କାହାଣୀ କହିଥିଲେ।ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ ନିଜ ମତ ରଖି କହିଥିଲେ କଂଗ୍ରେସ ଶାସନ କାଳରେ କାମ ଧନ୍ଦା କମ ପରିମାଣ ରେ ଥିଲେ ସୁଦ୍ଧା ଶ୍ରମିକ ମାନେ ଶାନ୍ତି ରେ କାଳାତିପାତ କରୁଥିଲେ।ବର୍ତ୍ତମାନ କାମ ଧନ୍ଦା ବହୁ ପରିମାଣ ରେ ବଢ଼ି ଯାଇଛି।ହେଲେ ସରକାର ଙ୍କ ଦ୍ଵାରା ମଦ ବିକ୍ରି କାରବାର ଆଜି ଶ୍ରମିକଙ୍କ କାଳ ସାଜିଥିବା ଉପସ୍ଥିତ ଥିବା କର୍ମୀ ଙ୍କ ମଧ୍ୟରେ ଆଲୋଚନା ହେବା ଦେଖା ଦେଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନୀପୂର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ କାଞ୍ଚନ ପୂଜାରୀ,ପୂର୍ବତନ କାଉନସିଲର ଭୀମ ପୂଜାରୀ,ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଦୀପ ସାହୁ,ନବ କିଶୋର ମନ୍ଦାର,ପ୍ରଣବ ସାମନ୍ତରାୟ, ସୁରଜ୍ ଲାଲ,ମିସ୍ତ୍ରୀ ସଙ୍ଗଠନ ତରଫରୁ ପରାନ ଭତରା,କୈଳାଶ ଭତରା,ଶ୍ୟାମ ଭତରା,ଗୋବିନ୍ଦ ଭତରା,କମଲୁ ଭତରା,ସେନା ଭତରା ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ

masiha

ନୂଆ ଏଟିଏମ ଖୋଲିବାକୁ ଗ୍ରାମବାସୀଙ୍କ ଦାବି 

masiha

ସୋରିଶିଆପଦା ‌ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ‌ ପୁରସ୍କାର ବିତରଣ ଉତ୍ସବ 

masiha

Leave a Comment

error: Content is protected !!