ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଇଘର ୨/୫ // ନବରଙ୍ଗପୁର ଜିଲା ରାଇଘର ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୋମବାର ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ନବରଙ୍ଗପୁର ଜିଲ୍ଲା ରକ୍ତଭଣ୍ଡାର କର୍ମଚାରି ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ,ହାଟଭରଣ୍ଡୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୯୧ ୟୁନିଟ ଏବଂ ରାଇଘର ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩୧ ୟୁନିଟ ମୋଟ ୨୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା,ଏହି ରକ୍ତଦାନ ଶିବିର ରେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼କ୍ଟର ଦଶରଥ ନାଗ, ଚିକିତ୍ସାଅଧିକାରୀ ଡାକ୍ତର ଅସୀମ କୁମାର ସାହୁ, ଚିକିତ୍ସକ ଡାକ୍ତର ରୁପେଣ କୁମାର,ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ସୁରେଶ କୁମାର ବେବର୍ତ୍ତା, ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ଏମ. ଆର କେ ରାଜୁ, ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ହାରାଧନ ସରକାର, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ହନୁମନ୍ତ ମାଝୀ,ମେଡିକାଲ ଫାର୍ମାସିଷ୍ଟ ଶଙ୍କରଷଣ ସାହୁ,ବହୁମୁଖୀ ସ୍ୱାସ୍ଥ୍ୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନୀଳମାଧମ ମିଶ୍ର ଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡ୍ରୋନ ରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ବ

Sunil Chandra Nayak

ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ”ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

Leave a Comment

error: Content is protected !!