ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ ଖୋଜିବା – ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ, ୨/୫ (ମ.ନି.ସ.)- ନବରଙ୍ଗପୁର ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ଆସ ଖୋଜିବା-ଏକ ବିଶେଷ ଅଭିଯାନ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ସରକାରୀ ଯୋଜନାରେ ବ୍ଲକରେ ରହିଥିବା ବିଭିନ୍ନ ବର୍ଗର ହିତାଧିକାରୀ କିପରି ମଧୁବାବୁ ପେନସନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ପରିବାର କଲ୍ୟାଣ ଯୋଜନା, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଆଶୀର୍ବାଦ ଯୋଜନା, ମମତା ଯୋଜନା,ପୋଷଣ ଯୋଜନା,ସ୍କୁଲ ଡ୍ରପଆଉଟ୍ ଛାତ୍ରୀ ଛାତ୍ର, ବାଲ୍ୟ ବିବାହ, ବିଦ୍ୟାର୍ଥୀ କୁ ବୃତ୍ତି ପ୍ରଦାନ , ରକ୍ତହୀନତା ଓ କୁପୋଷଣ ରୁ ରକ୍ଷା କରିବା, ଶିଶୁ, କିଶୋର, କିଶୋରି, ଗର୍ଭବତୀ ମହିଳା ଙ୍କୁ ସ୍ଵାସ୍ଥ୍ୟ ଉପଯୋଗୀ ଖାଦ୍ୟ ପ୍ରଦାନ କରିବା, ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ବିକଳାଙ୍ଗ ଭତ୍ତା, ବିଷୟରେ ସରକାରୀ ପ୍ରକ୍ରିୟାକରଣ ସୂଚନା ଓ ସରକାରୀ ଗାଇଡ ଲାଇନ୍ ବିଷୟରେ ହିତାଧିକାରୀ କିପରି ଦସ୍ତାବିଜ୍ ତିଆରି କରି ଯୋଜନାର ସୁବିଧା ଲାଭ କରିବେ ସେ ନେଇ ଆଲୋଚନା କରାଯାଇଥିଲା | ଏହି ଯୋଜନା ରେ ହିତାଧିକାରୀ ଖୋଜିବା ନିମନ୍ତେ ସର୍ଭେ କରାଯିବ | ଏହି ବୈଠକରେ ବିଡିଓ ଶରତ ମାଝି, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଯୋଗାଣ ନିରିକ୍ଷକ ସୀତାକାନ୍ତ ରାଉତ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ସାରସ୍ଵତ ସାହୁ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, କୁନମୁନ ସେନାପତି, ବିମଳା ନାୟକ, ସାଇରା ବାନୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ସମସ୍ତ ଗ୍ରାମରୋଜଗାର ସେବିକା ସେବକ, ଯୋଗାଣ ସହାୟକ ଏବଂ ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇ ତାଲିମ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟକାରୀ ସହାୟକ ଅମୂଲ୍ୟ ଦଲାଇ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହିଚଲା ଠାରେ ୨୮ ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

masiha

Leave a Comment

error: Content is protected !!