ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ତେନ୍ତୁଳିଖୁଣ୍ଟି ୦୨/୦୫/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ତେନ୍ତୁଳିଖୁଣ୍ଟି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଦର୍ଶ ବିଦ୍ୟାଳୟ ଭାବେ ପ୍ରସ୍ତୁତ କରି ଆଜି ଉଦଘାଟନ କରିଥିଲେ ସରପଞ୍ଚ ଟଭା ନାୟକ। ଆକର୍ଷଣୀୟ ପରିବେଶ ରେ ସରଳ ସୁନ୍ଦର ଭାବେ ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ମୂଳଦୁଆ ଗଢିବା ପାଇଁ ସଂଖ୍ୟା ଜ୍ଞାନ ଓ ଭାଷା ଜ୍ଞାନ ଜରୁରୀ। ଏଥିପାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରକଳ୍ପ କରି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତାଲିମ ଦେଇଛି।ଏହି କ୍ରମ ରେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢା ଆରମ୍ଭ କରାଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ର ଏହି ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟ ଭାବେ ଗଢିବା ପାଇଁ ସମସ୍ତ ସରଞ୍ଜାମ ଆଜି ବି ଇ ଓ ସୌମେନ୍ଦ୍ର ଭୌମିକ ପ୍ରଧାନ ଶିକ୍ଷକ ହେମନ୍ତ ମାଝୀ ଙ୍କୁପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଏ ବି ଇ ଓ ମୋହନ ମଧୁ ସୁଦନ ବାଘ ,ରମେଶ ଟାକ୍ରୀ ,ଗୋରା ଚାନ୍ଦ ତ୍ରିପାଠୀ , ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ, ସି ଆର ସି ସି କିଶୋର ଚନ୍ଦ୍ର ନାୟକ ଏସ ଏମ ସି ସଭାପତି ଜଗଦୀଶ ଭଞ୍ଜ , ସଭ୍ୟ ବିନୟ ସୁନା ଶିକ୍ଷକ ଆନନ୍ଦ ନେପାକ ସମଦିନି ଖୋସଲା ଗାୟତ୍ରୀ ନାୟକ ଉପସ୍ଥିତ ଥିଲେ। ବ୍ଲକ ର ସମସ୍ତ ବିଦ୍ୟାଳୟ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଦର୍ଶ ବିଦ୍ୟାଳୟ କରିବା ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ ସୌମେନ୍ଦ୍ର ଭୌମିକ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦକ୍ଷିଣ ରାଉରକେଲାରେ ସଧାରଣ ତନ୍ତ୍ର ଦିବସ ପାଳିତ

masiha

ଜୁନାଗଡ଼ କୋର୍ଟ ରେ ଆଇନଜୀବୀ ଦିବସ ପାଳିତ

masiha

ନର୍ଲା ବ୍ଳକ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ

masiha

Leave a Comment

error: Content is protected !!