ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ରୁପ୍ରା, ୩/୫(ମ ନି ସ) : ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭାରମ୍ଭ ହୋଇଥିବା ବେଳେ  କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାରୁ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ନିଜର ଅଭିଯାନ ଆରମ୍ଭ କରିଛି । ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍ କହିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ ପରିଷଦର ଅଧ୍ୟକ୍ଷା ଡଃ. ସୁନୀତି ମୁଣ୍ଡ୍ ଲାଞ୍ଜିଗଡ଼ ବ୍ଲକ ରୁ ନର୍ଲା ବ୍ଲକ୍ ଅଧିନ ବିଭିନ୍ନ ଗ୍ରାମ ସମେତ ରୁପ୍ରା ଠାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କୁ ଉକ୍ତ ଜନଜାଗରଣ ଅଭିଯାନ ଓ ଉଦ୍ଦେଶ୍ୟ ବାବଦରେ ଆଲୋଚନା କରିଥିଲେ। 

ଏହି ଅଭିଯାନର ମୁଖ୍ୟ ଶ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ଗୁଡିକ ନିଆଯାଇଥିବା ଡଃ ମୁଣ୍ଡ୍ କହିଥିଲେ । ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୨ କିଲୋମିଟର ଯିବ ଏବଂ ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ପାଖାପାଖି ୭୦ ଦିନ ଏହି ଯାତ୍ରା ଚାଲିବ ବୋଲି ଡଃ.ମୁଣ୍ଡ୍ ପ୍ରକାଶ କରିବା ସହିତ ଏଥିରେ କଳାହାଣ୍ଡି ଓ ନୂଆପଡ଼ା ଏହି ଦୁଇ ଜିଲ୍ଲାବାସୀଙ୍କର ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିଜୁ ଜୟନ୍ତୀରେ ବିଜେଡି ର ଜନସମାବେଶ 

Sunil Chandra Nayak

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ନିର୍ବାଚନ ମଇଦାନରେ ମୁହାଁ ମୁହିଁ ହେବେ ବିଜେଡି-କଂଗ୍ରେସ — ମନୋହର ବନାମ୍ ଲିପିକା ଲଢେଇ– 

masiha

Leave a Comment

error: Content is protected !!