ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଦ୍ୟାଳୟ ଉଦଘାଟିତ

ଡାବୁଗାଁ, ୪/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୂତପୂର୍ବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଦ୍ୟାଳୟ ଗୁରୁବାର ଉଦଘାଟିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଯୋଗ ଦେଇ ବିଦ୍ୟାଳୟକୁ ଉଦଘାଟନ କରିଥିଲେ | ପରେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଛାତ୍ରୀ ଛାତ୍ରଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଗୁରୁତ୍ୱପୂର୍ଣ୍ଣ, ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ଯେଉଁ ପିଲା ମାନେ ମୌଳିକ ପଠନ ଏବଂ ଗଣିତ ଶିକ୍ଷି ପାରନ୍ତି ନାହିଁ ସେମାନଙ୍କ ପାଇଁ ପରବର୍ତ୍ତୀ ଶ୍ରେଣୀରେ ଥିବା ଧାରଣା ଗୁଡିକୁ ଶିକ୍ଷିବା କଷ୍ଟକର ହୋଇଥାଏ ତେଣୁ ପିଲାମାନଙ୍କ ପାଇଁ ତୃତୀୟ ଶ୍ରେଣିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ଶ୍ରେଣୀ ବେଳକୁ ଯଦି ପିଲାମାନେ ପଢିବା ଶିକ୍ଷିଥିବେ ତେବେ ପରବର୍ତ୍ତୀ ଶ୍ରେଣୀ ଗୁଡିକରେ ସେମାନେ ଶିକ୍ଷିବା ପାଇଁ ପଢିପାରିବେ | ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ତୃତୀୟ ଶ୍ରେଣୀର ପ୍ରତ୍ୟେକ ପିଲା ୨୦୨୬-୨୭ ସୁଦ୍ଧା ମୌଳିକ ସାକ୍ଷରତା ଓ ଶାଙ୍ଖ୍ୟଜ୍ଞାନ ର ଲକ୍ଷ୍ୟ ହାସଲ କରିବେ ଏଥିପାଇଁ ଏହି ୪ ଟି ଦକ୍ଷତା ଉପରେ ଗୁରୁତ୍ଵ ଦିଆଯାଇଛି ଯଥା:- ବୁଝି କରି ପଢିପାରିବେ, ଲେଖି ପାରିବେ, ସାଧାରଣ ଗଣିତ କରିପାରିବେ, ମୌଳିକ ଜୀବନ କୌଶଳ ହାସଲ କରିପାରିବେ | ମୌଳିକ ସାକ୍ଷରତା:- ମୌଳିକ ଭାଷାର ବିକାଶ, ଅକ୍ଷର ଚିହ୍ନିଚିହ୍ନି ପଢିବା, ନ ଅଟକି ପଢିବା, ପଢିବା ସହ ବୁଝିବା, ଲିଖନ | ମୌଳିକ ସଂଖ୍ୟାଜ୍ଞାନ:- ପ୍ରାକ – ସଂଖ୍ୟା ଧାରଣା, ସଂଖ୍ୟା ଓ ଗାଣିତିକ ପ୍ରକ୍ରିୟା, ଆକୃତି ଓ ଜ୍ୟାମିତିକ ଧାରଣାକୁ ବୁଝିବା, ଦର୍ଘ୍ୟ, ଓଜନ, ଧାରକତ୍ଵର ମାପ କରିବା, ତଥ୍ୟ ପରିଚାଳନା ଓ ସଂରଚନା ଆଦି ଉପରେ ପିଲା ମାନଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷାଦାନ କରାଯିବ | ଏହି ସଭାରେ ସ୍ଵର୍ଗତ ଶିକ୍ଷୟତ୍ରୀ ରାଜେଶ୍ଵରୀ ମହାପାତ୍ରଙ୍କ ବିୟୋଗ ଯୋଗୁଁ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ୨ ମିନିଟ ନୀରବ ପ୍ରାଥନା କରାଯାଇଥିଲା | ଏଥିରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଜୋନ -୧ ଧନସିଂ ଭତ୍ରା, ଜୋନ -୨ ଗୁପ୍ତା ବିଶୋୟୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ, ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବନଲତା ମହାନ୍ତି, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷୟତ୍ରୀଶିକ୍ଷକ ମାନେ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଲମ୍ କ୍ଲଷ୍ଟର ପକ୍ଷରୁ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

masiha

ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଗର୍ଜିଲେ ଔଷଧ ବ୍ୟବସାୟୀ: ମେ ୨୦ରେ କଳାହାଣ୍ଡି ସମେତ ସାରା ଦେଶରେ ‘ଔଷଧ ଦୋକାନ’ ବନ୍ଦ

ବାମନବସା ଗ୍ରାମ : ନା ଭଲ ରାସ୍ତା ନା ପାନୀୟଯୋଗ୍ୟ ଜଳଉତ୍ସ ,ପ୍ରାକ ବିଦ୍ୟାଳୟ ଓ ପ୍ରଥମିକ ଶିକ୍ଷା ସାତ ସପନ: ସବୁଥିରୁ ବଞ୍ଚିତ

masiha

Leave a Comment

error: Content is protected !!