ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୭ ରେ ସମଗ୍ର ଓଡିଶାରେ ଆଦିବାସୀ ପ୍ରାର୍ଥୀ ପାଇଁ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୭ ରେ ସମଗ୍ର ଓଡିଶାରେ ଆଦିବାସୀ ପ୍ରାର୍ଥୀ ପାଇଁ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

ଭୁବନେଶ୍ୱର, ୧୨ ଏପ୍ରିଲ: ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆସନ୍ତା ୨୦୨୭ ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତୀରାଜ ନିର୍ବାଚନରେ ସମଗ୍ର ଓଡିଶାରେ ଅନୁସୂଚିତ ଜନଜାତି (ଏସଟି) ପାଇଁ ଆରକ୍ଷଣର ସଠିକ୍ କାର୍ଯ୍ୟାନ୍ବୟନ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।

ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଛନ୍ତି ଯେ, ଦେଶର ସର୍ବାଧିକ ଆଦିବାସୀ ଜନସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ। ଏଠାରେ ଆଦିବାସୀ ସମାଜକୁ ଗ୍ରାମୀଣ ଲୋକତନ୍ତ୍ରରେ ନ୍ୟାୟସଙ୍ଗତ ଏବଂ ପର୍ଯ୍ୟାପ୍ତ ରାଜନୈତିକ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ।

୨୦୧୧ ଜନଗଣନା ଅନୁସାରେ ଓଡିଶାରେ ୯୫,୯୦,୭୫୬ ଅନୁସୂଚିତ ଜନଜାତି ଲୋକ ବସବାସ କରୁଛନ୍ତି, ଯାହା ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ। ଏହା ସହିତ ରାଜ୍ୟରେ ୬୪ଟି ସ୍ୱୀକୃତ ଜନଜାତି ସମୁଦାୟ ରହିଛନ୍ତି।

ସେ କହିଛନ୍ତି ଯେ, ସଂବିଧାନର ଧାରା ୩୩୦, ୩୩୨, ୨୪୩ଡି, ୨୪୩ଟି, ୨୪୪ ଏବଂ ୩୩୮ଏ ଅନୁଯାୟୀ ଆଦିବାସୀ ସମାଜକୁ ରାଜନୈତିକ ପ୍ରତିନିଧିତ୍ୱର ସ୍ପଷ୍ଟ ସୁରକ୍ଷା ଦିଆଯାଇଛି। ଏହାକୁ ସଠିକ୍ ଭାବେ ଲାଗୁ କରିବା ଆବଶ୍ୟକ।

ସାଂସଦ ଶ୍ରୀ ବିଶି ଦାବି କରିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ୱାର୍ଡ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ଅଧ୍ୟକ୍ଷ ପଦରେ ଜନସଂଖ୍ୟା ଅନୁପାତ ଏବଂ ରୋଷ୍ଟର ପ୍ରଣାଳୀ ଅନୁଯାୟୀ ଏସଟି ଆରକ୍ଷଣ ନିଶ୍ଚିତ କରାଯାଉ।

ସେ କହିଛନ୍ତି ଯେ, ପଞ୍ଚାୟତୀରାଜ ବ୍ୟବସ୍ଥା ହେଉଛି ଲୋକତନ୍ତ୍ରର ପ୍ରଥମ ସ୍ତମ୍ଭ। ଯଦି ଗ୍ରାମ ସ୍ତରରେ ଆଦିବାସୀ ସମାଜକୁ ଯଥୋଚିତ ପ୍ରତିନିଧିତ୍ୱ ମିଳିବ ନାହିଁ, ତେବେ ସାମାଜିକ ନ୍ୟାୟର ସଂବିଧାନିକ ସ୍ୱପ୍ନ ଅପୂର୍ଣ୍ଣ ରହିଯିବ।

ଶ୍ରୀ ନିରଞ୍ଜନ ବିଶି ରାଜ୍ୟ ସରକାରଙ୍କୁ ଆରକ୍ଷଣ ରୋଷ୍ଟର, ଆସନ ବଣ୍ଟନ ଏବଂ ଆଇନଗତ ବ୍ୟବସ୍ଥାର ତୁରନ୍ତ ପୁନଃବିଚାର କରି ୨୦୨୭ ନିର୍ବାଚନରେ ଆଦିବାସୀ ସମାଜକୁ ତାଙ୍କର ନ୍ୟାୟସଙ୍ଗତ ଅଧିକାର ଦେବାକୁ ଅନୁରୋଧ କରିଛନ୍ତି।

Related posts

ବିପଦ ସଂକୁଳ ରାସ୍ତାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ୧୪ଟି ଦାବି ରୁ, ୩ପୂରଣ କରିବେ ୫ଟି ସଚିବ

Sunil Chandra Nayak

ଆଶା ଦିଦି ଙ୍କ ସଫଳତାରେ ବନ୍ଧୁଗାଁ ଗର୍ବିତ , ଜିଲ୍ଲା ସ୍ତରରେ ପ୍ରଥମ ଆଶା ଦିଦି 

Sunil Chandra Nayak

Leave a Comment

error: Content is protected !!