ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ସମୁହ ଇସ୍ତଫା 

ଢେଙ୍କାନାଳ, ୦୪.୦୫.୨୦୨୩ : ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ବାନ କ୍ରମେ ଆଜି ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସମସ୍ତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ନିଜର ସମୂହ ସର୍ତମୂଳକ ଇସ୍ତଫା ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ପ୍ରଦାନ କରିଛନ୍ତି । ସରକାରଙ୍କ ଚରମ ଉଦାସୀନତା ପ୍ରତିବାଦରେ ତଥା ବିଗତ ତିନିମାସ ମଧ୍ୟରେ ବାରମ୍ବାର ନିଜର ଦଶଦଫା ଦାବି ଜଣାଇବା ସତ୍ତ୍ଵେ ପ୍ରାଣୀ ଚିକିତ୍ସକମାନେ ବୀତସ୍ପୃହ ଏବଂ ଅତିଷ୍ଠ ହୋଇ ଏହି ଚରମ ପଦକ୍ଷେପ ନେଇଥିବା ଜଣାଇଛନ୍ତି । ଏହା ପୂର୍ବରୁ ଗତ ମଇ ୧ ତାରିଖରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଡିଜିଟାଲ ବୟକଟ୍ କରି ପ୍ରାଣୀ ଚିକିତ୍ସା କାର୍ଯ୍ୟ ଜାରି ରଖୁଥିଲେ । କିନ୍ତୁ ସରକାର ବିଧବଦ୍ଧ ଭାବେ ଆଲୋଚନାକୁ ନିମନ୍ତ୍ରଣ ନକରି ରାଜ୍ୟ ସଂଘର ବରିଷ୍ଠ କର୍ମକର୍ତାଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବାରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରାଣୀ ଚିକିତ୍ସକଙ୍କ କ୍ୟାଡର ପୁନର୍ଗଠନ, ପ୍ରାଣୀ ଚିକିତ୍ସାଳୟରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା, ଯଥେଷ୍ଟ ଔଷଧ ଯୋଗାଣ କରିବା, ବିଭାଗକୁ ଜରୁରୀକାଳୀନ ସେବା ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଓ ପ୍ରାଣୀ ଚିକିତ୍ସାଳୟରେ ନିରାପଡା ସେବା ପ୍ରଦାନର କାର୍ଯ୍ୟ ନିର୍ଘଟ ପ୍ରଦାନ ଇତ୍ୟାଦି ୧୦ ଦଫା ଦାବି ବିଷୟରେ ଆଗରୁ ଓଡିଶା ସରକାରଙ୍କୁ ଜଣାଇବା ସତ୍ତ୍ଵେ କୌଣସି ସୁଫଳ ନମିଳିବାରୁ ଆଜି ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ସର୍ତ ମୂଳକ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସଂପାଦକ ଡା.ବିଜୟ କୁମାର ପାତ୍ର ଜଣାଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

Leave a Comment

error: Content is protected !!