ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବାଲେଶ୍ଵର,୦୪/୫/୨୩- – ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନଈଘାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରେକୃଷ୍ଣ ରାଉତ ନିଜ ଚାକିରୀ ଜୀବନରେ ଅବସର ନେଇଥିବା ବେଳେ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ରେବତୀ ପତ୍ରିକାର ସଂପାଦିକା ତଥା ରାଜ୍ୟ ଵିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ହାଜିରା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ବେଣୁଧର ଜେନା, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ପୂର୍ବତନ ପ୍ରଧାନଶିକ୍ଷକ ବାଇଧର ସାହୁ, ପ୍ରତାପପୁର ପଞ୍ଚାୟତ ସରପଞ୍ଚ କସ୍ତୁରୀ ବାଳା ପାତ୍ର, ସିଆରସିସି(CRCC) ମାଧବ ଚନ୍ଦ୍ର ଦାସ୍, ଶିକ୍ଷକ ସମନୟ ସମିତି ସଭାପତି ମନ୍ମଥ କୁମାର ବିଶ୍ବାଳ ପ୍ରମୁଖ ଯୋଗଦାନ କରି ପ୍ରତିଷ୍ଠାତାଙ୍କ ନାମ ଫଳକ ଉଦ୍ଘାଟନ ସହିତ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ନିଜର ବିଦାୟୀ ଭାଷଣରେ ଶିକ୍ଷକ ଜୀବନରୁ ଅବସର ଗ୍ରହଣ ପର୍ଯ୍ଯନ୍ତ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପ୍ରତି ତାଙ୍କର ସମର୍ପଣ ଭାବ, ନୀତିନିଷ୍ଟ କର୍ତ୍ତବ୍ୟବୋଧ, ବହୁବିଧ ପ୍ରତିଭା, ଛାତ୍ରଛାତ୍ରୀଙ୍କ ପ୍ରତି ଦାୟିତ୍ୱବୋଧ ଓ ଲୋକଙ୍କ ପାଇଁ ସେବା । ଶ୍ରୀ ରାଉତ ଅବସର ସମୟର ବେଦନାର କଥା କହୁଥିବା ବେଳେ ଆଖିର ଲୁହକୁ ଚାପି ରଖି ପାରିନଥିଲେ ଧାର ଧାର ହୋଇ ବହି ଯାଉଥିବା ପରିଲକ୍ଷିତ ହୋଇଥିଲା ।

ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ବରେ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ନଳିନୀ କାନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦାୟୀ ଶିକ୍ଷକଙ୍କୁ ପୂର୍ବତନ ଛାତ୍ର, ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ଶିକ୍ଷକ ସଂଘ ଓ ପରିଚାଳନା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଉତ୍ତରୀୟ, ଫୁଲ ଗଛ ଓ ମାନପତ୍ର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଶେଷରେ ବାଜା ବଜାଇ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟ ଦେଇ ତାଙ୍କ ଘରେ ଛଡା ଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନଗରିକ ବିକାଶ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ଗଛତଳେ ବସି ପାଠ ପଢିଲେ ଛାତ୍ରୀଛାତ୍ର 

masiha

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!