ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁମ୍ଭାରି ଓ ଗୋଲାମୁଣ୍ଡାଠାରେ ମାସେ ଧରି ଓଁ ଶ୍ରୀ ଶ୍ରୀ ମହାଭାରତ ମହାପାରାୟଣ ମହାଯଜ୍ଞ ସମାପନ

ଟେମରୀ(ମ. ନି.ସ.):-୫/୫:-ପ୍ରାଚୀନ କାଳରେ ଭାଗବତ ଗୀତା, ମହାଭାରତ, ରାମାୟଣ, ବିଭିନ୍ନ ଶାସ୍ତ୍ର ପଠନ କରି ପୁଣ୍ୟ ଅର୍ଜନ କରିବା ଫଳରେ ନାକାରାତ୍ମକ ଚିନ୍ତା ଧାରା ଦୁରେଇ ରହି ଶାନ୍ତି, ଦୟା, କ୍ଷମା, ଦାନ, ନ୍ୟାୟ ପ୍ରତିଷ୍ଠା ଆଦି କାର୍ଯ୍ୟ କରିବା ମୂଖ୍ୟ ଉଦ୍ଧେଶ୍ୟ ଥିଲା। ପ୍ରତି ଗାଁ ଗଣ୍ଡା, ସହର ମାନଙ୍କରେ ଭାଗବତ ଟୁଙ୍ଗୀ ସାରାଭାରତରେ ଗଢି ଉଠିଥିଲା । ହିନ୍ଦୁ ଧର୍ମ ଅନୁସାରେ ଏହି ଶାସ୍ତ୍ର ପଠନ ଓ ଶ୍ରବଣ ଦ୍ଵାରା ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ତେଣୁ ଗାଁ, ସହର ମାନଙ୍କରେ ପ୍ରାଚୀନ ପରମ୍ପରା ଅନୁଯାୟୀ ଶାସ୍ତ୍ର ଅଧ୍ୟୟନ, ପୂଜା ବିଧି କାର୍ଯ୍ୟ କରାଯାଇ ଥାଏ। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଓ କୁମ୍ଭାରି ଗ୍ରାମରେ ମହାଭାରତ ମହା ପାରାୟଣ ମହା ଯଜ୍ଞ ଗତ ଏପ୍ରିଲ ୫ ତାରିଖ ରୁ ଆରମ୍ଭ ହୋଇ ମେ ୪ ତାରିଖ ଯାଏଁ ପଠନ ଓ ଶ୍ରବଣ କରାଯାଇଥିଲା । ଏଥିରେ ହଜାର ହଜାର ବୈଷ୍ଣବ, ଶୈବ, ବୌଦ୍ଧ, ଜୈନ ଓ ସନାତନ ଧର୍ମ ଅବଲମ୍ୱୀ ଭକ୍ତ ବୃନ୍ଦ ଯୋଗ ଦେଇ ଭଗବାନଙ୍କ ସାନିଧ୍ୟ ଲାଭ କରି କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରି ନିଜକୁ କୃତାର୍ଥ ମନେ କରିଛନ୍ତି। ଏହି କାର୍ଯ୍ୟ କ୍ରମ ବିବାହ, କୁଣା ବୁରା, ଶୈଶବ ବାଲ କଟା କାର୍ଯ୍ୟ ତଥା ଅନ୍ୟାନ୍ୟ ପୂଜା ବିଧି କାର୍ଯ୍ୟଗୁଡିକ ମଧ୍ୟ ସମ୍ପନ୍ନ କରାଯାଇଛି । ଏଥିରେ ନିଜ ଘର ଦ୍ବାର ଛାଡ଼ି ଦୀର୍ଘ ଏକ ମାସ ଧରି ଅନେକ ଭକ୍ତ ବ୍ରତ ଓ ବ୍ରତୀ ଭାବରେ ଏହି ସ୍ଥଳେ ରହିଥିଲେ । ପୁଣ୍ୟ ଅର୍ଜନ ସକାଶେ ଅନେକ ଭକ୍ତ ନିଜ ଅର୍ଜିତ ସମ୍ପତିରୁ କିଛି ଦାନ କରିଛନ୍ତି। ହଜାର ହଜାର ଭକ୍ତ ଅର୍ନ୍ନ ପ୍ରସାଦ ସେବନ କରି ନିଜକୁ ଲକ୍ଷ୍ମୀ ଭୋଗରେ ତୃପ୍ତି ଅନୁଭବ କରିଛନ୍ତି । କୁମ୍ଭାରି ଗ୍ରାମରେ ପରୀକ୍ଷ ସା ଓ ହେମଲତା ସା ମହାଭାରତର ଅୟୋଜନ କରିଥିବା ବେଳେ ଗୋଲାମୁଣ୍ଡାରେ ଗ୍ରାମବାସୀ ଆୟୋଜନ କରିଥିଲେ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ କାର୍ଯ୍ୟରେ ଗ୍ରାମବାସୀ ଓ ଅଂଚଳବାସୀ ସହଯୋଗ କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଦୁଇ କୋଣରେ ଦୁଇଟି ସ୍ଥଳରେ ଆୟୋଜିତ ହୋଇ ଥିବା ହେତୁ ଏକ ମାସ ଯାଏଁ ଲୋକଙ୍କ ଭିଡ ଲାଗି ରହିଥିଲା ଓ ଦୁଇଟି ତୀର୍ଥ ସ୍ଥଳୀ ପାଲଟି ଥିଲା । ଆଜି ମହାଭାରତ ଶାସ୍ତ୍ର ପଠନ କାର୍ଯ୍ୟ ସମାପନ କରାଯାଇଛି।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ନାବାଳକ ଶିବ ଭକ୍ତଙ୍କ ନିଆରା ଭକ୍ତି…. ଶ୍ରାବଣ ର ଦ୍ଵିତୀୟ ସୋମବାର…. ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ନାବାଳକ ଶିବ ଭକ୍ତ

masiha

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Sunil Chandra Nayak

ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ,ବାଣ ଓ ବିରାଟ ପଟୁଆର ରେ ଦୁଲୁକିଲା ଭଞ୍ଜନଗର ସହର 

Sunil Chandra Nayak

Leave a Comment

error: Content is protected !!