ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଠାଗାର ର ବାର୍ଷିକ ଉତ୍ସବ

 ନବରଙ୍ଗପୁର–(ମସିହା) ନବରଙ୍ଗପୁର ସ୍ଥିତ ଶ୍ରୀଶ୍ରୀ କୁଞ୍ଜବିହାରୀ ପାଠାଗାର ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।ଶତାଧିକ କବି ବୁଦ୍ଧିଜୀବୀ ଓ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତ ରେ କବିତା ପାଠ ,ସମ୍ବର୍ଦ୍ଧିତ ଉତ୍ସବ ଏବଂ ଆଲୋଚନା ଚକ୍ର ସହିତ ପୁସ୍ତକ ଉନ୍ମୋଚନ ହୋଇଯାଇଛି।ନାରାୟଣ ପଣ୍ଡା ଙ୍କ ସଭାପତିତ୍ବ ରେ ସମାଜକୁ ସେବା ଯୋଗାଇ ଆସୁଥିବା ସହରର ପ୍ରତିଷ୍ଠିତ ବ୍ୟକ୍ତି ବିଜୟ କୁମାର ମହାପାତ୍ର ଙ୍କୁ ସମାଜସେବୀ ଭାବେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ସମ୍ମାନ ରେ ସମ୍ମାନିତ କରା ଯାଇଥିଲା। ଏହାସଙ୍ଗେ ଅନ୍ୟଜଣେ ସମାଜସେବୀ ୱାଇ ନଗେଶ୍ୱର ରାଓ ଏବଂ ମହିଳା ସମାଜସେବୀ ସ୍ବର୍ଗତ ଅଙ୍ଗୁରି ଦେବୀ ଅଗ୍ରୱାଲଙ୍କୁ ମରଣତୋର ସମ୍ମାନ ପ୍ରଦାନ କରାଯାଇଥିଲା, ଯାହାକୁ ତାଙ୍କ ପୁଅ ବୋହୂ ଗ୍ରହଣ କରିଥିଲେ। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରେ ମିତ୍ରଭାନୁ ସତନାମୀ ଙ୍କ ମାଟିର ବାସ୍ନା ଏବଂ ଐତିହାସିକ ଶ୍ରୀରାଙ୍ଗ ନାୟକ ଙ୍କ ବହି ବିଦେଶୀ କବଳରେ କୋରାପୁଟ ବହି ଉନ୍ମୋଚନ ହୋଇଯାଇଛି।ଡ଼ଃ ବିଜୟ କୁମାର ମିଶ୍ର ବିଦେଶୀ କବଳରେ କୋରାପୁଟ ବହି କୁ ସମୀକ୍ଷା କରିଥିବା ବେଳେ ଡ଼ଃ ସାନା ସାହୁ ମାଟିର ବାସ୍ନା କୁ ସମୀକ୍ଷା କରିଥିଲେ।ବହି ଦୁଇଟି ସମାଜର ବିଭିନ ଦିଗକୁ ବିଭିନ୍ନ ସମସ୍ୟା ସମାଧାନ ରେ ଆସୁଛି ବୋଲି ସମୀକ୍ଷକ ମତ ରଖିଥିଲେ।ବକ୍ତା ଭାବେ ଡ଼ଃ ରାଧାନ୍ନାଥ ବେହେରା କବି ଆଗାମୀ ବଂଶଧର ପାଇଁ ବହି ଲେଖନ୍ତି ବୋଲି ନିଜ ବକ୍ତବ୍ୟ ରେ ରଖିଥିଲେ। ପାଠାଗାର ର ସମ୍ପାଦକ ଶ୍ରୀ ରଜନୀ ପାତ୍ର ସମ୍ପାଦକୀୟ ପାଠ କରିଥିବା ବେଳେ ନାଟ୍ୟକାର ଜଗନ୍ନାଥ ବେହେରା ଅତିଥି ସ୍ୱାଗତ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।କବି ପର୍ଶୁରାମ ସାହୁ,ନମିତା ଘଡେ଼ଇ,ପ୍ରଭାସିନୀ ମହାନ୍ତି ଙ୍କ ସଂଯୋଜନା ରେ ଅନେକ କବି ନାରୀକବି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ। ସମସ୍ତ କବିବନ୍ଧୁଙ୍କୁ ଉପ ଢ଼ୋକନ ରେ ସମ୍ମାନିତ କରାଯାଇଥିଲା। ବରିଷ୍ଠ ବ୍ୟକ୍ତି ଶ୍ରୀ ଗୋପବନ୍ଧୁ ବିଷୋୟୀ, ଶ୍ରୀ କୁମୁଦ ପଟନାୟକ ନିରଞ୍ଜନ ମିଶ୍ର,ଅବନୀ କୁମାର ତ୍ରିପାଠୀ,ପ୍ରଭାତୀ ବିଶୋଇ,ଭାରତୀ ବିଷୋୟୀ,ସାଇମାନ ବିଡିକା, ହରିଶ ବେହେରା ଦେବୀ ତ୍ରିପାଠୀ ଉପସ୍ଥିତ ଥିବା ବେଳେ କବିତା କୁ ଆବୃତି ରେ ପ୍ରଭଞ୍ଜନ ତ୍ରିପାଠୀ,ଅମ୍ବିକା କଲlର, ହରିହର ନାୟକ,ବିଭୁଦତ ସେଠି,ସୁବ୍ରତ ମହାନ୍ତି,ସ୍ଵପ୍ନା ମହାନ୍ତି,ଲକ୍ଷ୍ମୀ ସିଂ,ହର ପ୍ରସାଦ ଦାଶ, କାର୍ତିକ ଚୁଳ,ମକରନ୍ଦ ସତନାମୀ,ପ୍ରଫୁଲ ପୁହାଣ,ଦୁର୍ଗା ପାଢି,ସ୍ମୁତି ପଣ୍ଡା ସୁରେଶ ମିଶ୍ର,ମନୋଜ ପଟନାୟକ,ସ୍ବର୍ଣ୍ଣଲତା ପଟନାୟକ,କନକ ଲତା ମହାଙ୍କୁଡ, ଏବଂ ପୁର୍ଣଚନ୍ଦ୍ର ମହାପାତ୍ର,କିଶୋର ପଟନାୟକ, ରିତା ମହାନ୍ତି,ବୈଦେହୀ ପଣ୍ଡା, ଦୁର୍ଗା ପ୍ରଧାନ,ଦାମୋଦର ବିଷୋୟୀ ସହିତ ଶ୍ରୀମତି ଜେମାମଣି ବିଷୋୟୀ ଯୋଗଦାନ କରିଥିଲେ।ଶେଷରେ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାଗଭଣ ମାଦ୍ରାସାରେ ସାଧାରଣତନ୍ତ ଦିବସ ପାଳିତ

Sunil Chandra Nayak

ମାନବିକତା ଦେଖାଇଲେ ଦୁଇ ଶିକ୍ଷୟିତ୍ରୀ 

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!