ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଇଷ୍ଟଦେବୀ ମା ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ରାଉରକେଲା/ କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳ ଗ୍ରାମରେ ଗତ ଦୁଇଦିନ ଧରି ଅମେଇପାଳ ତିଖିରୀ କୈବର୍ତ୍ତ ସଂଗଠନ ତରଫରୁ କୈବର୍ତ୍ତ ଜାତିର ଇଷ୍ଟଦେବୀ ମା ସିଦ୍ଧ ବାସେଳୀ ଙ୍କ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କେନ୍ଦ୍ରାପଡା ତଥା କୁଜଙ୍ଗ ଅଞ୍ଚଳର କୈବର୍ତ୍ତ ସମାଜ ଯୋଗ ଦେଇଥିଲେ ।ଏଥିରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ବର ବେହେରା ଯୋଗ ଦେଇ କୈବର୍ତ୍ତ ଜାତିର ଇତିବୃତ୍ତ ତଥା ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ବ୍ୟବସ୍ଥାରେ ଜାତି କିଭଳି ଉନ୍ନତି କରି ପାରୁଛି ଆଲୋଚନା କରିଥିଲେ ।ଏଥିରେ ସଭାପତିତ୍ୱ କରି ରାଉରକେଲାର ଶିକ୍ଷାବିତ୍ ତଥା ନିଖିଳ ଓଡିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର ସଭାପତି ଡକ୍ଟର ଦେବେନ୍ଦ୍ରନାଥ ବେହେରା ନିଜ ଗାଁରେ ସମସ୍ତଙ୍କ ମିଳିତ ସହଯୋଗରେ ଏଭଳି ମନ୍ଦିର ପ୍ରତିଷ୍ଠା କୁ ଭୂୟସୀ ପ୍ରଶଂସା କରି ସମସ୍ତେ ଏକାଠି ହୋଇ ଜାତିର ଉନ୍ନତି ପାଇଁ ଐକ୍ୟ ବଦ୍ଧ ରହିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ତପନ ବେହେରା ଓ ଅଳକା ବେହେରା ଦାୟିତ୍ୱ ତୁଲାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ମେକାପ, ନିରଞ୍ଜନ ବେହେରା, ବିମ୍ବାଧର ବେହେରା , ପ୍ରମୋଦ ବେହେରା , ଶଙ୍କର ବେହେରା , କୁଳମଣି ବେହେରା, ଅଖିଳ ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଶେଷରେ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୋଡା ନାଚ ପରିବେଷଣ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ  ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

Sunil Chandra Nayak

ନୃସିଂହ ଠାକୁର ଙ୍କର ଜନ୍ମ ଦିବସ ପାଳନ ଅବସରରେ କଳସ ସଭାଯାତ୍ରା 

Leave a Comment

error: Content is protected !!