ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଇଷ୍ଟଦେବୀ ମା ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ରାଉରକେଲା/ କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳ ଗ୍ରାମରେ ଗତ ଦୁଇଦିନ ଧରି ଅମେଇପାଳ ତିଖିରୀ କୈବର୍ତ୍ତ ସଂଗଠନ ତରଫରୁ କୈବର୍ତ୍ତ ଜାତିର ଇଷ୍ଟଦେବୀ ମା ସିଦ୍ଧ ବାସେଳୀ ଙ୍କ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କେନ୍ଦ୍ରାପଡା ତଥା କୁଜଙ୍ଗ ଅଞ୍ଚଳର କୈବର୍ତ୍ତ ସମାଜ ଯୋଗ ଦେଇଥିଲେ ।ଏଥିରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ବର ବେହେରା ଯୋଗ ଦେଇ କୈବର୍ତ୍ତ ଜାତିର ଇତିବୃତ୍ତ ତଥା ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ବ୍ୟବସ୍ଥାରେ ଜାତି କିଭଳି ଉନ୍ନତି କରି ପାରୁଛି ଆଲୋଚନା କରିଥିଲେ ।ଏଥିରେ ସଭାପତିତ୍ୱ କରି ରାଉରକେଲାର ଶିକ୍ଷାବିତ୍ ତଥା ନିଖିଳ ଓଡିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର ସଭାପତି ଡକ୍ଟର ଦେବେନ୍ଦ୍ରନାଥ ବେହେରା ନିଜ ଗାଁରେ ସମସ୍ତଙ୍କ ମିଳିତ ସହଯୋଗରେ ଏଭଳି ମନ୍ଦିର ପ୍ରତିଷ୍ଠା କୁ ଭୂୟସୀ ପ୍ରଶଂସା କରି ସମସ୍ତେ ଏକାଠି ହୋଇ ଜାତିର ଉନ୍ନତି ପାଇଁ ଐକ୍ୟ ବଦ୍ଧ ରହିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ତପନ ବେହେରା ଓ ଅଳକା ବେହେରା ଦାୟିତ୍ୱ ତୁଲାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ମେକାପ, ନିରଞ୍ଜନ ବେହେରା, ବିମ୍ବାଧର ବେହେରା , ପ୍ରମୋଦ ବେହେରା , ଶଙ୍କର ବେହେରା , କୁଳମଣି ବେହେରା, ଅଖିଳ ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଶେଷରେ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୋଡା ନାଚ ପରିବେଷଣ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

ଓଡ଼ିଆ ଚଳଚ୍ଚିତ୍ର ନାୟିକା ସୂର୍ଯ୍ୟମୟୀଙ୍କ ଦ୍ୱାରା ରଜ ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!