ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଳ ସାଇଜ କାଠ ଜବତ , ୨ ଗିରଫ

ଡାବୁଗାଁ, ୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଦ୍ଵାରା ଗୁରୁବାର ବିଳମ୍ବିତ ରାତ୍ରିରେ କାଠ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ କର୍ମଚାରୀ ମାନେ ଗୁରୁବାର ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରେ କୋଇଲାରି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ୩ ଟି ସାଇଜ ଶାଳ କାଠ ଏକ ମୋଟରସାଇକେଲ ନଂ ଓଡି ୨୪ ଇ ୪୩୬୯ ଗାଡିରେ ବାନ୍ଧି ବଡନି ଗ୍ରାମର ୨ ଜଣ ଯୁବକ ଯାଉଥିବା ସମୟରେ ଝାଲିଆଗୁଡା ଛକ ନିକଟରେ ବନ ବିଭାଗ କର୍ମଚାରୀ ମାନେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ | ସେମାନେ ଉକ୍ତ କାଠର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ | ଫଳରେ ବନ ବିଭାଗ ଉକ୍ତ ମୋଟରସାଇକେଲ, ୩ ଟି ସାଇଜ ଶାଳ କାଠ ଓ ୨ ଟି ମୋବାଇଲ ଜବତ କରିବା ସହ ୨ ଯୁବକ ଙ୍କୁ ଗିରଫ କରିଥିଲେ | ଗିରଫ ଯୁବକ ମାନେ ହେଲେ ଝରିଗାଁ ବ୍ଲକ ଅଧୀନ ବଡନି ଗ୍ରାମର ରଘୁ କଲାର (୨୩) ଓ ସମାରୁ କଲାର (୨୯) | ଶୁକ୍ରବାର ୨ ଆସାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧୮/ ୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି |ଏହି ଚଢାଉରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ କାର୍ତ୍ତିକ ମାଝି, ଉମାଶଙ୍କର ମିଶ୍ର, ରିତାରାଣୀ ବିଶ୍ଵାସରାୟ ଓ ପାରା ଫରେଷ୍ଟ୍ରୀ ଷ୍ଟାଫ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

Sunil Chandra Nayak

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ

masiha

ଓକିଲ ଙ୍କ ଠାରୁ ଲୁଟ ସହ ରାଜପୁର ଗାଁ ରେ ସଶସ୍ତ୍ର ଡକାୟତି

masiha

Leave a Comment

error: Content is protected !!