ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦ ମାର୍ଗ ପ୍ରଚାରକ ସଂଘ ତରଫରୁ ଦହି ସର୍ବତ ବଂଟନ

ଢେଙ୍କାନାଳ, ତା.୦୫.୦୫.୨୦୨୩ରିଖ : ଆନନ୍ଦମାର୍ଗର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦ ମୂର୍ତିଜୀଙ୍କର ୧୦୨ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆନନ୍ଦମାର୍ଗ ପ୍ରଚାରକ ସଂଘ ଢେଙ୍କାନାଳ ଶାଖା ତରଫରୁ ବୈଶାଖ ପୂର୍ଣ୍ଣିମା ଅବସରରେ ଅଦ୍ୟ ଢେଙ୍କାନାଳ ଟାଉନ୍ ଥାନା ସମ୍ମୁଖରେ ଦହି ସର୍ବତ ଓ ପ୍ରସାଦ ବଂଟନ କରାଯାଇଅଛି । ତତ୍ସହିତ ଶ୍ୟାମାଚରଣପୁର ଠାରେ ଥୁବା ଆଦୃତା ଶିଶୁ ସଦନରେ ନାରାୟଣ ସେବା, କୀର୍ତନ ଆଦିର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଢେଙ୍କାନାଳ ଜିଲ୍ଲାର ଆନନ୍ଦମାର୍ଗ ପ୍ରଚାରକ ସଂଘର ସକ୍ରିୟ ସଦସ୍ୟ ବିଷ୍ଣୁ ପ୍ରସାଦ କର, ନରେନ୍ଦ୍ର ବେହେରା, ରାମେଶ୍ଵର ମାଇତି, ଉମାକାନ୍ତ ପରିଡା, ବିମଳା ବେହେରା, ପ୍ରତିମା ମାଇତି, ରଂଜିତା ପରିଡା, ପୂଜା ମାଇତି, ସୋନୁ, ରାଜା, ଓମ୍, ଦୀପୁ, ସୌମ୍ୟ ପ୍ରମୁଖ ସଦସ୍ୟମାନେ ଅଂଶଗ୍ରହଣ କରି ସର୍ବତ ଓ ପ୍ରସାଦ ବଂଟନରେ ସାହାଯ୍ୟ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ସରିଲା କାମାକ୍ଷାନଗର ମହୋତ୍ସବ 

Sunil Chandra Nayak

ଆନ୍ତ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ର କଟକ ଗସ୍ତ

Sunil Chandra Nayak

ଶିକ୍ଷକ ହେଉଛନ୍ତି ବିଶ୍ଵକର୍ମା .., ଆଦର୍ଶ ବିଦ୍ୟାଳୟ ର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!