ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଇଗ୍ନୋ ପାଠ୍ୟକ୍ରମ ତରଫରୁ ଛାତ୍ର ଅଧିଗ୍ରହଣ କାର୍ଯ୍ୟକ୍ରମ

ଡାବୁଗାଁ, ୬/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଇଗ୍ନୋ ପାଠ୍ୟକ୍ରମ ର ଜାନୁଆରୀ-୨୦୨୩ ଶିକ୍ଷା ବର୍ଷ ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଶନିବାର ପାଳିତ ହୋଇଯାଇଛି । ଏହି ପ୍ରବେଶ ଉତ୍ସବ କୁ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଇଗ୍ନୋ ସଂଯୋଜିକା ଉର୍ମିଳା ବ୍ରହ୍ମା ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ଶିକ୍ଷା ର କ୍ଷେତ୍ର ବ୍ୟାପକ ଏଥି ସହିତ ଶିକ୍ଷା ପ୍ରତ୍ୟେକ ବ୍ୟକ୍ତି କିପରି ଗ୍ରହଣ କରି ପାରିବେ ତେଣୁ ଏହି ପାଠ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା ଯେହେତୁ ଏହା ଏକ ଦୂର ଶିକ୍ଷା ବ୍ୟବସ୍ଥା ଏଥିରେ ସମସ୍ତ ଛାତ୍ର ଛାତ୍ରୀ ନିଜର ଶିକ୍ଷା ଗତ ଯୋଗ୍ୟତାକୁ ନେଇ ପଢ଼ି ପାରିବେ ବୋଲି ନିଜ ବକ୍ତବ୍ୟରେ କହିଲେ । ଏହାପରେ ଇଗ୍ନୋ ସଂଯୋଜିକା ଉର୍ମିଳା ବ୍ରହ୍ମା ନିଜ ବକ୍ତବ୍ୟରେ କହିଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ପ୍ରକାର ମାଧ୍ୟମ ଏଥିରେ ସମସ୍ତ ପ୍ରକାର ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରି ପାରିବେ ଏଥିରେ ସ୍ନାତକ ଠାରୁ ସ୍ନାତକୋତ୍ତର ଆଦି ବିଭିନ୍ନ ପ୍ରକାର ଡିଗ୍ରୀ ରହିଛି ଏହା ସହିତ ଏହିବର୍ଷ ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କୁ ସେମାନଙ୍କ ନାମଲେଖା ଶୁଳ୍କ ଛାଡ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ୟାସୀ ସାହୁ, ଇତିହାସ ବିଭାଗୀୟ ଅଧ୍ୟାପକ ଦାୟାରାମ ମନୋହର ଯୋଗ ଦେଇଥିଲେ । ପ୍ରବେଶ ଉତ୍ସବରେ ୪୦ ଜଣ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ । ଉତ୍ସବ ପରେ ସେମାନଙ୍କ ସାର୍ଟିଫିକେଟ କୁ ଯାଞ୍ଚ କରାଯାଇଥିଲା । ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ମନିଷା ସରକାର ଧନ୍ୟବାଦ ଅର୍ପଣ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ 

masiha

ସାପ କାମୁଡ଼ାର ଶିକାର ହେଲେ ଯୁବକ

Sunil Chandra Nayak

ବିଜାତଳା ତହସିଲଦାର ଓ ରାଇରଙ୍ଗପୁର ଏସିଏସଓଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!