ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକାର୍ପିତ ହେଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପାଞ୍ଚଟି 5ଟି ଉଚ୍ଚ ବିଦ୍ୟାଳୟ : କିନ୍ତୁ କେଉଁଠି ବି ନିର୍ମାଣ ସମ୍ପୂର୍ଣ୍ଣ ହୋଇନି  

ତେନ୍ତୁଳିଖୁଣ୍ଟି ୦୬/୦୫/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ତେନ୍ତୁଳିଖୁଣ୍ଟି ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ,ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ,ଦିଗି ସଲପା ର ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ,କୁକୁଡ଼ା ବାଇ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ , କାମତା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ 5ଟି ଉଚ୍ଚ ବିଦ୍ୟାଳୟ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। କୌଣସି ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଦିଗି ସଲପା ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଙ୍କ ନେତୃତ୍ୱରେ କାମ ସମ୍ପୂର୍ଣ୍ଣ ନ କରି ଉଦଘାଟନ କାହିଁକି କରୁଛ ? କାର୍ଯ୍ୟକ୍ରମ ବନ୍ଦ କାରିିବାକୁ ଦାବୀ ପତ୍ର ପ୍ରଧାନ ଶିକ୍ଷକ ଙ୍କୁ ଦେଇଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ 5 ଟି କାର୍ଯ୍ୟ ଆରମ୍ଭ କରାଯାଇଥିବା ତେନ୍ତୁଳିଖୁଣ୍ଟି ସଦର ର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମ୍ମୁଖ ଫାଟକ କାମ ସରି ନଥିବା ବେଳେ ଲୋକାର୍ପଣ ନେଇ ଅସନ୍ତୋଷ ପ୍ରକାଶ ପାଉଛି। 5 ଟି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ ସହ ବିଦ୍ୟାଳୟ କୁ ଯୋଗାଇ ଦିଆଯାଇଥିବା ସ୍ମାର୍ଟ ବୋର୍ଡ ଏଣ୍ଡ୍ରୋଏଡ଼ 7 ର ହୋଇଥିବା ବେଳେ ବର୍ତ୍ତମାନ ଏଣ୍ଡ୍ରୋ ଏଡ଼ 13 ର ଯୁଗ । ଏହା କି ପ୍ରକାର ଆଧୁନିକତା ବୋଲି ପ୍ରଶ୍ନ ହେଉଛି। କମ୍ପୁଟର ମଧ୍ୟ ଯୁଗ ସହ ଖାପ ଖାଉନଥିବା ଓ ବଜାର ଦର ରୁ ଉଚ୍ଚ ଦର ରେ ଯୋଗା ଯାଇଥିବା ଅଭିଯୋଗ ହେଉଛି। ଏ ସବୁର ବିଶେଷଜ୍ଞ ଙ୍କ ଦ୍ଵାରା ତଦନ୍ତ କରାଯାଉ ବୋଲି ଦାବୀ ହେଉଛି। ଆଜିର କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ଲୋକାର୍ପଣ କକ୍ଷ ବେଶ ସଜ୍ଜିତ ହୋଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସରକାରୀ ଜମିରେ ଅବୈଧ ଘର ନିର୍ମାଣ ପ୍ରଶାସନରୁ ବନ୍ଦ କରେଇବା ପରେ ମଧ୍ୟ ଘର କାମ ଜାରିରହିଛି 

Sunil Chandra Nayak

ବିଶ୍ଵ ବନ ଦିବସ-୨୦୨୪ ପାଳନ

masiha

Leave a Comment

error: Content is protected !!