ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସରକାର ରୂପାନ୍ତର ଯୋଜନା ର ମାନ କୁ ନେଇ ବିଦ୍ୟାଳୟ କମିଟିର ର ପ୍ରଶ୍ନ_ଉତ୍ତର ଦେଉନି ପ୍ରଶାସନ 

  ନବରଙ୍ଗପୁର ୬/୫/(ମସିହା) ନବରଙ୍ଗପୁର ଜିଲ୍ଲା ର ଗୋଟିଏ ପରେ ଗୋଟିଏ ମୋ ସରକାର ୫ଟି ଯୋଜନା ରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ର ନିମ୍ନ ମାନର କାର୍ଯ୍ୟ କୁ ବିଦ୍ୟାଳୟ କମିଟି ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି।ହେଲେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ କୌଣସି ଉତ୍ତର ଦେଉ ନାହାନ୍ତି। ସଂପୃକ୍ତ ବ୍ଲକ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଏହାର ଟିକି ନିଖି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇ ଜିଲ୍ଲା ପ୍ରଶାସନ ଚୁପ୍ ରହିଛି। ଗତ ବର୍ଷ ନନ୍ଦାହାଣ୍ଡି ଦହଣା ଉଚ୍ଚ ବିଦ୍ୟାଳୟ ନିମ୍ନ ମାନର କାର୍ଯ୍ୟ କୁ ନେଇ ନନ୍ଦାହାଣ୍ଡି ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବିଡ଼ିଓ ମୋ ସହିତ ବିଦ୍ୟାଳୟ କୁ ଗଣ ମାଧ୍ୟମ ପ୍ରତିନିଧି ଆସନ୍ତୁ ବିଦ୍ୟାଳୟ କୁ ଯିବା ବୋଲି କହିଥିଲେ। ଏହାର ନିର୍ମାଣ କାର୍ଯ୍ୟ ନିଜେ ଅନୁଧ୍ୟାନ କରିବା ପରେ ସତ ମାନି ଯାଇଥିଲେ। ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ନିର୍ମାଣ ପାଚେରୀ ଠିକ୍ ଏହି ମାସରେ ଅଳ୍ପ ବର୍ଷାରେ ୩ଫାଳ ହୋଇ ଭାଙ୍ଗି ଯାଇଥିଲା। ୨ଦିନ ତଳେ ଜିଲ୍ଲା ର ରାଇଘର ବ୍ଲକ ରେ ନିମ୍ନ ମାନର କାର୍ଯ୍ୟ ବିଦ୍ୟାଳୟ କମିଟି ବିନା ପରାମର୍ଶ ରେ ହୋଇଥିବା ନେଇ ଅଭିଯୋଗ ହୋଇଛି। ସେହିଭଳି ଗତ କାଲି ବର୍ଷା ରେ ପାପଡାହାଣ୍ଡି ବ୍ଲକ ଡଙ୍ଗରା ବିଦ୍ୟାଳୟ ନିର୍ମାଣ ପାଚେରୀ ସଂପୂର୍ଣ୍ଣ ଭାଙ୍ଗି ଛିନ୍ନ ବିଚ୍ଛିନ୍ନ ହୋଇଯାଇଛି।ବିଦ୍ୟାଳୟ ରେ ବିକାଶ ନାମରେ ରାଜ୍ୟ ସରକାର ଦେଉଥିବା ମୋ ସରକାର ୫ଟି ଯୋଜନା ନାମରେ ଅନୁଦାନ ଦେଖାଇ ଏହାର କିଭଳି ହରି ଲୁଟ ହେଉଛି, ବ୍ଲକ ପ୍ରଶାସନ ଓ ଠିକାଦାର ମଧ୍ୟରେ ଉତ୍ତମ ବୁଝାମଣା ହେଲେ ହେଲା ବୋଲି ମଧ୍ୟ ଅଭିଯୋଗ ହେଉଛି। କୌଣସି ଗଣ ମାଧ୍ୟମ ପ୍ରତିନିଧି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଅଭିଯୋଗ କଲେ, ଏହାର ତଦନ୍ତ କରିବାକୁ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସତ ହେଲେ, ବିଡ଼ିଓ ଙ୍କ ସହିତ ମିଶି ଉତ୍ତମ କାର୍ଯ୍ୟ ଚାଲୁଥିବା ରିପୋର୍ଟ ତାଙ୍କ ନିକଟରେ ପ୍ରଦାନ କରୁଛନ୍ତି। ଏଠାରେ ଗୋଟିଏ କଥା ଜିଲ୍ଲା ବାସୀ ଙ୍କ ମନରେ ଉଙ୍କି ମାରୁଛି ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅଧିକାରୀ ଅନୁଧ୍ୟାନ କରୁଛନ୍ତି ସତ ହେଲେ ମିଛ କୁ ସତ ରିପୋର୍ଟ ପ୍ରଦାନ କରୁଥିବାରୁ ଏଭଳି ପାଚେରୀ ଭୁଷୁଡି ପଡିବା ଏବଂ ନିମ୍ନ ମାନର କାର୍ଯ୍ୟ କୁ ନେଇ ବିଦ୍ୟାଳୟ କମିଟି ବାରମ୍ବାର ଅଭିଯୋଗ କରିବା ସତ୍ବେ ମଧ୍ୟ ତାଙ୍କ ଅଭିଯୋଗ କୁ ଗୁରୁତ୍ବ ଦେଉନି ବିଭାଗୀୟ ଅଧିକାରୀ। ଖୋଦ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ଯେଉ ବିଦ୍ୟାଳୟ କୁ ପରିଦର୍ଶନ ରେ ଯାଉଛନ୍ତି, ସେ ବିଦ୍ୟାଳୟ ନିର୍ମାଣ କରୁଥିବା ଠିକାଦାର ର ହାର୍ଟ ବିଟ୍ ବଢି ଯାଉଛି।ସେ ଦେଖିଲେ ତାଙ୍କ ଖୋଲମ୍ ଖୋଲା ନିର୍ଦ୍ଦେଶ ରେ ଠିକାଦାର ନାଲି ଆଖି ନରମି ଯାଉଛି। ଆଜି ତୃତୀୟ ପର୍ଯ୍ୟାୟରେ ରାଇଘର ବ୍ଲକ ଇନ୍ଦ୍ରାରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଉଦଘାଟନ ପୂର୍ବରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଲଜ୍ଜିତ ହେବାକୁ ପଡ଼ିଛି। ବେଳ ଥାଉ ଥାଉ ଏଭଳି ସମସ୍ୟାର ସମାଧାନ ନ ହେବାରୁ ଏଭଳି ବଦନାମ ହେଲା ବୋଲି ଜିଲ୍ଲା ବାସୀ ଅଭିଯୋଗ କରୁଥିବା ଶୁଣିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

79th Independence Day Celebrated at Aditya Alumina Refinery

Sunil Chandra Nayak

ବାଲୁକା କଳାରେ ସହିଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

masiha

ଶ୍ରୀରାମ ନବମୀ ଉପଲକ୍ଷେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

Leave a Comment

error: Content is protected !!