କାମାକ୍ଷାନଗର (ମ ନି ସ)6/5/23 // ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକ ରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଡ୍ରାଇଭର ଏକତ୍ରିତ ହୋଇ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା ଏହି ବୈଠକଟି ବସୋଈ ଗ୍ରାମର ରତ୍ନପୁରର ଏକ ଫାର୍ମ ହାଉସରେ ହୋଇଥିଲା l ଏହି ସଭାରେ ନୂତନ ଭାବରେ ପଦ ଓ ପଦବୀ ଚୟନ କରାଯାଇଥିଲା l ଏହି ସଭାରେ ସମସ୍ତଙ୍କ ନିଷ୍ପତି କ୍ରମେ ସଭାପତି ଭାବରେ -ବିସିକେଶନ ବେହେରା ଙ୍କୁ ମନୋନୀତ କରାଗଲା ଓ ପ୍ରତ୍ୟେକ ପଡ଼ାର ଜଣ ଜଣ ଙ୍କୁ ଦାୟୀତ୍ବ ଦିଆଗଲା ଓ ଶପଥ ପାଠ ହୋଇଥିଲା ପ୍ରଥମରେ -ମଦ୍ୟପାନ କରି ଗାଡି ଚଳାଇବୁ ନାହିଁ, ଦ୍ୱତୀୟ ରେ ବର୍ଧୀ ପିନ୍ଧି ଗାଡି ଚଳାଇବୁ ଏତିକି କହି ସଭାକୁ ସମ୍ପୂର୍ଣ କରାଗଲା l
previous post