ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଛି ଦିନ ତଳେ ଆସିଥିବା ପୁରୁଣା ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯାଉଥିବା ବେଳେ  ସର୍ଟସର୍କିଟ ରେ ଜଳିଲା , ଅପେକ୍ଷା କରି ରୋଗୀ ଶେଷ ନିଶ୍ବାସ ତ୍ୟାଗ କଲେ 

ବନ୍ଧୁଗାଁ ତା ୬/୫/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପ୍ରଶାସନ ତରଫରୁ ନୂଆ ଆମ୍ବୁଲାନ୍ସ ବଦଳରେ ପୁରୁଣା ଦେଇଥିବା ଆମ୍ବୁଲାନ୍ସ ଆଜି ରୋଗୀ ଆଣିବାକୁ ଯାଉଥିବା ବେଳେ ବାଟରେ ସର୍ଟସର୍କିଟ ହୋଇ ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିକାଶ ମୂଳକ କାମ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଗାଁ ଗହଳି ରେ ଯାଇ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅତି ଉତ୍ତମ ପଦକ୍ଷେପ ରହିଛି। ରାଜ୍ୟ ସରକାରଙ୍କ ତରଫରୁ ନୂତନ ଆମ୍ବୁଲାନ୍ସ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଦିଆଯାଇଥିଲା ଯାହାଦ୍ୱାରା ଆମ୍ବୁଲାନ୍ସ ସେବା ପାଇ ଆଦିବାସୀ ଲୋକେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଡାକ୍ତରଙ୍କ ଚିକିତ୍ସା ପାଇବା ସୁବିଧା ପାଇଥିଲେ।ବନ୍ଧୁଗାଁ ବ୍ଲକରେ ଥିବା ଆଦିବାସୀ ମାନେ ଚେରମୂଳି ଓ ଗୁରୁ ଗୁଣିଆ କରି ପରିବାର ଲୋକେ ଅନେକ ପ୍ରକାର  ଖର୍ଚ୍ଚାନ୍ତ ହୋଇ ଜୀବନ ଚାଲି ଯାଉଥିଲା।ଆଜି ଫ୍ରି ଆମ୍ବୁଲାନ୍ସ ସେବା,ସ୍ଥାନୀୟ ଡାକ୍ତରଙ୍କ ସବୁ ମୁହୂର୍ତ୍ତ ରେ ରୋଗୀଙ୍କୁ ଚିକିତ୍ସା ଓ ମାଗଣା ଔଷଧ ଦେବା ଯୋଗୁଁ ଲୋକଙ୍କ ବିଶ୍ୱାସ ଭରସା ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବଡିଛି। ଜିଲ୍ଲା ପ୍ରଶାସନ ଜାଣି ଜାଣି  ବନ୍ଧୁଗାଁ ବ୍ଲକ ପାଇଁ ନୂତନ ବଦଳରେ ପୁରୁଣା ଆମ୍ବୁଲାନ୍ସ ଗାଡ଼ି ଦେଇଥିବା ଯୋଗୁଁ ଆଜି ଏହି ପୁରୁଣା ଆମ୍ବୁଲାନ୍ସ ଗାଡ଼ି କୁଟ୍ରାବେଡା ପଞ୍ଚାୟତ ଗୁଲୁମିଗୁଡା ଗ୍ରାମକୁ ଜ୍ୱର ସହିତ ଝାଡ଼ା ବାନ୍ତି ରୋଗୀକୁ ଆଣିବାକୁ ଯାଉଥିବା ବେଳେ ଯନ୍ତ୍ରାଂଶ ରେ ନିଆ ଲାଗି ପୋଡ଼ି ବାଟରେ ରହି ଯାଇଥିଲା।ଆମ୍ବୁଲାନ୍ସ ଗାଡ଼ି ଆଉ ରୋଗୀଙ୍କ ପାଖରେ ପହଞ୍ଚି ପାରି ନ ଥିବାରୁ  ଚିକିତ୍ସା ଅଭାବରୁ ରୋଗୀଙ୍କ ନିଜ ଘରେ ମୃତ୍ୟୁ ହୋଇଯାଇଛି।ଆମ୍ବୁଲାନ୍ସ ଗାଡ଼ି ରୋଗୀଙ୍କ ପାଖରେ ପହଞ୍ଚି ମେଡ଼ିକାଲ ଆଣି ଚିକିତ୍ସା କରିଥିଲେ ଜୀବନ ବଞ୍ଚି ପାରି ଥାନ୍ତା। ଏଥିରେ  ବ୍ଲକର ଜନସାଧାରଣ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଆପଣଙ୍କ ଦୃଷ୍ଟି ଗଚରରେ ବନ୍ଧୁଗାଁ ବ୍ଲକ ଉପରେ ରହିଛି ନା ନାହିଁ ? ଅଳ୍ପ ଦିନ ତଳେ ନବ ଜାତ ଶିଶୁର ଆମ୍ବୁଲାନ୍ସ ସେବା ନ ପାଇ ମୃତ୍ୟୁ ହୋଇଥିବା ଖବର ପ୍ରକାଶିତ ହୋଇଥିଲା। ଏଡିଏମଓ ଶିଶୁ ମୃତ୍ୟୁ ର ସତ୍ୟତା ଜାଣିବା ପାଇଁ ଆସି ତଦନ୍ତ କରି ଅତି ପୁରୁଣା ଆମ୍ବୁଲାନ୍ସ ପଠାଇଥିଲେ । ଆଜି  ବନ୍ଧୁଗାଁ ବ୍ଲକକୁ ଶାସକ ଦଳ କିମ୍ବା ବିରୋଧୀ ଦଳ   ଯଦି ଭଲ ପାଉଛନ୍ତି ତାହା ହେଲେ ଆମ୍ବୁଲାନ୍ସ ଗାଡ଼ି ନ ଥାଇ ଜୀବନ ଚାଲି ଯାଉଛି କାହିଁକି ସ୍ୱର ଉତ୍ତୋଳନ କରୁ ନାହାନ୍ତି। ଏହି ପ୍ରଶ୍ନ ଆଜି ଅନେକ ବୁଦ୍ଧି ଯିବି ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଅନୁରୋଧ କରିଛନ୍ତି। ଯେଉଁ ଆମ୍ବୁଲାନ୍ସ ଗାଡ଼ି ରେ ପ୍ରାୟ ୬ ଜଣ ଷ୍ଟାଫ ରହିଛନ୍ତି ଚକ ଗଡ଼ିଲେ ଦିନର ମଜୁରୀ ଦିଆଯିବ ଏହା କେତେ ଦୂର ଯଥାର୍ଥ ଆଜକୁ ଦୁଇ ମାସ ହେଉଛି ଆମ୍ବୁଲାନ୍ସ ଗାଡ଼ି  ବନ୍ଧୁଗାଁ ବ୍ଲକରେ ସେବା ଦେଉ ନାହିଁ। ଆମ୍ବୁଲାନ୍ସ କର୍ମଚାରୀ କଣ ଖାଇବେେ,  ଗାଡ଼ି ଦେବ ନାହିଁ ଦରମାର ଦୈନିକ ମଜୁରୀ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ ଅତି ଶୀଘ୍ର ନୂତନ ଆମ୍ବୁଲାନ୍ସ ଗାଡ଼ି ଦେଇ ଲୋକଙ୍କ ଜୀବନ ବଞ୍ଚାଇବା ବ୍ୟବସ୍ଥା କରିବା ପାଇଁ  ସ୍ଥାନୀୟ ଲୋକେ ଗୁହାରୀ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଇନ୍ଦ୍ରାବତୀ ଡ୍ୟାମ ସର୍କଲ : ଚାଲିଛି ଅଜବ ଶାସନ !!

masiha

ଆଦାନୀ ଗ୍ରୁପ୍‌ର ନଜରରେ ରାୟଗଡ଼ା! ଥେରୁବାଲି ଇମ୍ଫା ପରିସର ଗସ୍ତରେ ଗୌତମ ଓ କରନ ଆଦାନୀ

Sunil Chandra Nayak

ନିଖୋଜ ମହିଳାଙ୍କ ସନ୍ଧାନ ମିଳୁନି 

masiha

Leave a Comment

error: Content is protected !!