ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଭା ପକ୍ଷରୁ ବିଶାଳ ସଭା ଅନୁଷ୍ଠିତ

କାମାକ୍ଷାନଗର (ମନିସ )6/5/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାମ୍ ପଞ୍ଚାୟତ ଭୁଟୁଭୁଟୀ ନାଳ ନିକଟରେ ଜୁଆଙ୍ଗ ଜନଜାତି ପକ୍ଷରୁ ତିନି ଦିନ ଧରି ବିଶାଳ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଭୂତି ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବାମ୍ ପଞ୍ଚାୟତ ସରପଞ୍ଚ ଫକୀର ମୋହନ ମହାନ୍ତ ଓ ଜୁଆଙ୍ଗ ଜନଜାତି ମହାସଂଘର ସଭାପତି ଗୋପାଳ ପଧାନ ଯୋଗ ଦେଇ ଥିଲେ। ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ମାନେ ଶିକ୍ଷା କ୍ଷେତ୍ରରେ କିଭଳି ଭାବେ ଉନ୍ନତ ମାନର ଶିକ୍ଷା ଅର୍ଜନ କରି ଆଗକୁ ଯିବା ସହିତ, ନିଜ ଜାତିରେ କମ ବୟସରେ ବାଲ୍ୟ ବିବାହ, ଅନ୍ୟତ୍ର ବିବାହ ଓ ନିଜ ଜାତି ପ୍ରଥାକୁ କୁ ନ ଭୁଲି ପରମ୍ପରାକୁ ବଜାୟ ରଖିବା ପାଇଁ ତିନି ଦିନ ଧରି ଏହି ମହାସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ଢେଙ୍କାନାଳ ଜିଲ୍ଲାର ଆଠଟି ବ୍ଲକ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ମୁନିସ୍ପାଲିଟ ଯୋଗ ଦେଇ ଥିଲେ। ସେଥି ମଧ୍ୟରୁ ଜୁଆଙ୍ଗ ସମ୍ପ୍ରଦାୟର ପାଞ୍ଚଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଥିଲେ। ଏହି ସଭାରେ ମୂଖ୍ୟ ଅତିଥି ବିଭୂତି ପ୍ରଧାନ ଜୁଆଙ୍ଗ ସମ୍ପ୍ରଦାୟ ଲୋକ ମାନକୁ ନିଶା ନିବାରଣ ବିଷୟରେ ବିଶେଷ ଆଲୋଚନା କରିବା ସହିତ ନିଜର ପିଲା ମାନେ କିଭଳି ଭାବରେ ଶିକ୍ଷା କ୍ଷେତ୍ରରେ ଆଗକୁ ଅଗ୍ରସର ହେବା ସହିତ ସ୍ବାବଲମ୍ବୀ କିଭଳି ହୋଇ ପାରିବେ ସେ ବିଷୟରେ ଆଲୋଚନା କରି ଜୁଆଙ୍ଗ ଜନଜାତିର ପରମ୍ପରାକୁ ନେଇ ଚାଙ୍ଗୁ ନାଚରେ ମହିଳା ଓ ପୁରୁଷ ମାନକ ସହିତ ନାଚ ଗୀତରେ ବେଶ୍ ଝୁମି ଥିଲେ। ଏହି ସଭାରେ ହାରା ହାରି ଏକ ହଜାରରୁ ଊର୍ଦ୍ଧ୍ଵ ଜୁଆଙ୍ଗ ଜନଜାତିର ଲୋକ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ସଭାର ଅତି ଉଚ୍ଚତର ଭାବରେ ସଭା କରାଯିବା ସହିତ ଶାନ୍ତି ଶ୍ରୁଖାଳାର ସହିତ ସଭାକୁ ସମାପନ କରାଯାଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ,୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

Sunil Chandra Nayak

ବସୁଧା ଯୋଜନାର ଘରେଇ ପିଇବା ପାଣିକୁ ଗାଁ ଲୋକଙ୍କ ଦ୍ୱାରା ଅପବ୍ୟବହାରକୁ ନେଇ ସରପଞ୍ଚଙ୍କ ବଳିଷ୍ଟ ପଦକ୍ଷେପ

masiha

କଳାହାଣ୍ଡି:ହାତୀ ନଦୀ ରେ ବନ୍ୟା ପରିସ୍ଥିତି ! ଇନ୍ଦ୍ରାବତୀ ଜଳ ଭଣ୍ଡାର ହାତୀ ବ୍ୟାରେଜ ରୁ ଛଡ଼ାଗଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ। ହାତୀ ବ୍ୟାରେଜରୁ ୪୧୨ କ୍ୟୁମେକ୍ସ ବନ୍ୟା ଜଳ ନିଷ୍କାସନ….

Sunil Chandra Nayak

Leave a Comment

error: Content is protected !!