ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରଞ୍ଜୁ ଦଣ୍ଡସେନା ଙ୍କୁ ନ୍ୟାୟ ପାଇଁ ଉପ ଜିଲ୍ଲାପାଳ ଙ୍କୁ  କଲେଜ ଛାତ୍ରଛାତ୍ରୀ ଦେଲେ ଦାବୀପତ୍ର

ପାଟଣାଗଡ ଗଙ୍ଗାସାଗର ଗାଁ ନିକଟରେ ଗତ ୩୦ ତାରିଖ ଦିନ ପାଟଣାଗଡ ଜବାହାରଲାଲ ନେହେରୁ କଲେଜ ର ଛାତ୍ରୀ ଙ୍କ ମୃତ ଦେହ ଏକ ଗଛରେ ଝୁଲୁଥିବା ପାଟଣାଗଡ ପୋଲିସ ଉଦ୍ଧାର କରିଥିଲା।ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ। ଆଜିକୁ ରଞ୍ଜୁ ର ମୃତ୍ୟୁ ହେବା ୭ଦିନ ବିତି ଗଲାଣି।ହେଲେ ପୋଲିସ ଚୁପ୍ ଚାପ୍ ରହିଛି।ବଲାଙ୍ଗିର ଜିଲ୍ଲା ଦେଗାଁ ଡୁମେରପଦର ଗାଁର ରଞ୍ଜୁ ଦଣ୍ଡସେନା ପାଟଣାଗଡ ରେ ଏକ ଘର ଭଡା କରି ଦିର୍ଘ ୭ ବର୍ଷ ରହି ପାଟଣାଗଡ ଜବାହାରଲାଲ ନେହେରୁ କଲେଜରେ ଯୁକ୍ତ୩ ପାଠ ପଢୁଥିଲେ। କଲେଜ ରେ ଯେଉଁ ଦିନ ଫେରଓ୍ବାଲ ହେଉଥିଲା।ସେହି ଦିନ ହିଁ ଦିନ ୧ ଟା ୧୭ମିନିଟରେ ଘଡା ଘରୁ ବାହାରି ଆଉ ଘରକୁ ଫେରି ନଥିଲେ। ଯାହା କି ୩୦ ତାରିଗ ଦିନ ସକାଳ ସମୟରେ ରଞ୍ଜୁ ର ମୃତ ଦେହ ଗଛରେ ଝୁଲୁଥିବା ଖବର ପାଇଁ ପାଟଣାଗଡ ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ଏପଟେ ରଞ୍ଜୁର ମୃତ ଘଟଣାକୁ ଗୁରୁତ୍ବ ଦେଇ ପୋଲିସ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା କଥା।ହେଲେ ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୋଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନନେଉଥିବାରୁ ଜବାହାରଲାଲ ନେହେରୁ କଲେଜ ର ଛାତ୍ରଛାତ୍ରୀ ମାନେ ୪ଦଫା ସମ୍ବଳିତ ଦାବିପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।ଦାବି ଗୁଡିକ ହେଲା ଛାତ୍ରୀଙ୍କ ମୃତ ଘଟଣା ର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଉ।ଦୋଷୀଙ୍କୁ ଗିରଫ କରି ଦୋଷୀଙ୍କ ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ, ପାଟଣାଗଡ ଅଞ୍ଚଳ ରେ ନିଶା କାରବାର ବନ୍ଧ କରାଯାଉ,ଛାତ୍ର ଛାତ୍ରୀ ଏବଂ ମାହିଳା ମାନଙ୍କ ସୁରକ୍ଷା ପ୍ରତି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

masiha

କଲମପୁର ରୁ ଗିରଫ ହେଲା ୧୦ ବର୍ଷ ରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

Sunil Chandra Nayak

Leave a Comment

error: Content is protected !!