ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ପଞ୍ଚାୟତ ସମିତି ବୈଠକ , ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ

ଧର୍ମଗଡ଼ ପଞ୍ଚାୟତ ସମିତି ସଭାଗୃହରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ଯ ଅତିଥି ଭାବରେ ମାନ୍ଯବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ଯୋଗଦେଇ ଧର୍ମଗଡ଼ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ। 

ଏହି ବୈଠକରେ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ବିଷୟ ସହ ଗ୍ରୀଷ୍ମ ସମୟରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା। ସମିତି ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଧର୍ମଗଡ଼ ବିଧାୟକ ମୌଷଧ ବାଗ,ତହସିଲଦାର ହରେକୃଷ୍ଣ ବରିହା, ବିଡିଓ ଶରତ ଚନ୍ଦ୍ର ସେଠୀ, ଉପାଧ୍ୟକ୍ଷା ଜୁଲି ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଳକର ସମସ୍ତ ପଞ୍ଚାୟତର ସମିତିସଭ୍ୟ,ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ

ଆଲୋଚନା କରାଯାଇଥିଲା। ବିଶେଷ କରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ବୋଡ଼େନରେ ଥିବା ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହିଥିବାରୁ ଲୋକେ ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଟିପିଗୁଡ଼ା ପଞ୍ଚାୟତ ରଏନିଗୁଡ଼ାରେ ମଧ୍ୟଥିବା ପାନୀୟ ଜଳ ସମସ୍ୟା ନେଇ ଆଲୋଚନା ହୋଇଥିଲା। ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ପାଇଁ ବିଧାୟକ ଶ୍ରୀ ବାଗ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ର,ସ୍କୁଲ ଗୃହ ସବୁର ମରାମତି ପାଇଁ ମଧ୍ୟ ଏଠାରେ ଆଲୋଚନା ହୋଇଥିଲା। ବ୍ଳକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଖରୀକୁ ଆଦର୍ଶ ପୋଖରୀଏବଂ ଗୋଟିଏ ଲେଖାଏଁ ଗ୍ରାମ୍ୟ ହାଟର ଉନ୍ନତି କରାଯିବ, ମନରେଗା ଓ ବିଧାୟକ ପାଣ୍ଠିରୁ ଏସବୁ ନିର୍ମାଣ କରାଯିବ ବୋଲି ବିଧାୟକ ସୂଚନା ଦେଇଥିଲେ। ଉକ୍ତ ବୈଠକକୁ ପଞ୍ଚାୟତ ଅଧିକାରୀ କେଦାର ନାଏକ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଅଧ୍ୟାପକ ଡକ୍ଟର ଅଜିତ ବେହେରାଙ୍କୁ କଳାହାଣ୍ଡି ଗବେଷକ ସମ୍ମାନ

Sunil Chandra Nayak

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

Sunil Chandra Nayak

ଜିଲ୍ଲା ଓକିଲ ସଙ୍ଘ ର ଅସମ୍ପୂର୍ଣ୍ଣ ଅଫିସ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ପ୍ରତିନିଧି ଦଳ

Leave a Comment

error: Content is protected !!