ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

ଆଭସି ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ତା ୮.୫.୨୦୨୩: ୫ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲା ର ୧୧୫ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିଡ଼ିଓ କନଫରେନ୍ସ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନଦନ ଜଣାଇବା ସଙ୍ଗେ ସଙ୍ଗେ ୫ଟି ଉପଯୋଗ ସମ୍ପର୍କରେ ସୂଚନା ଦେଇ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇ ନିଜ ପ୍ରତିଭାର ପରିଚୟ ଦେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଆଜି ସ୍ଥାନୀୟ ପୋଲିସ ହାଇସ୍କୁଲ ଠାରେ ସଂଧ୍ୟା ୫.୩୦ ମିନିଟ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରି ପ୍ରମୁଖ ଉପସ୍ଥିତ ଥିଲେ।

ପୋଲିସ ହାଇସ୍କୁଲ ର ୧୦ ମ ଶ୍ରେଣୀ ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ନାୟକ ୫ଟି ରୂପାନ୍ତରୀତ ହାଇସ୍କୁଲ ରେ ନିଜ ସ୍କୁଲର ଅନୁଭୂତିକୁ ପ୍ରକାଶ କଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ। ୫ତଟି ର ସଫଳ ରୂପାୟନ ଦ୍ଵାରା ଛାତ୍ର ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା, ସ୍ମାର୍ଟକ୍ଲାସ , ଇ ଲାଇବ୍ରେରୀ, ଅତିଆଧୁନିକ ବିଜ୍ଞାନଗାର ର ସୁବିଧା ନିଜ ବିଦ୍ୟାଳୟରେ ପାଇପାରୁଛନ୍ତି ।ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇ କଳାହାଣ୍ଡି ଜିଲ୍ଲା ଆଜି ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏବଂ କଳାହାଣ୍ଡି ବାସୀ ମେଡିକାଲ କଲେଜ,କୃଷି ମହାବିଦ୍ୟାଳୟ,ସରକାରୀ ଇଞ୍ଜିନିୟରିଂ କଲେଜ ଭଳି ଅନୁଷ୍ଠାନ ପାଇଛନ୍ତି।ଏହି ରୂପାନ୍ତରିତ ସ୍କୁଲ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ।

ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସହିତ ଏକ ସମୟରେ ଜିଲ୍ଲାର ୧୧୪ ଟି ହାଇସ୍କୁଲ ରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବ କୁ ଏଲ ଇ ଡି ମାଧ୍ୟମ ରେ ସଂପୃକ୍ତ ସ୍କୁଲର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ,ଆଲୁମିନି,ପଞ୍ଚାୟତ ପ୍ରତିନିଧି ଦେଖିଥିଲେ।ସୂଚନା ଯୋଗ୍ୟ ଚତୁର୍ଥ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲାର ଆହୁରି ୮୨ ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ ହେବ।ଏହି କାର୍ଯ୍ୟକ୍ରମରେ ୧୧୫ ଟି ରୂପାନ୍ତରିତ ବିଦ୍ୟାଳୟ ର ପ୍ରତିନିଧି ସହ ସ୍କୁଲ ଆଲୁମିନି, ଜନପ୍ରତିନିଧି, ଭବାନୀପାଟଣାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ,ସମସ୍ତ ବି ଡି ଓ, ଶିକ୍ଷା ବିଭାଗର କର୍ମଚାରୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

ବିନା ସୂଚନା ଫଳକରେ ନବ ନିର୍ମାଣ କୋଠା , ନିମ୍ନ ମାନର ସାମଗ୍ରୀ ବ୍ୟବହାର ଯୋଗୁଁ ସ୍ଥାଇତ୍ୱ କୁ ନେଇ ପ୍ରଶ୍ନବାଚୀ ?

masiha

Leave a Comment

error: Content is protected !!