ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚ ର କାର୍ଲ ମାର୍କସ ଜୟନ୍ତୀ ପାଳନ ଓ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ରାଉରକେଲା/ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୁଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସଭାପତି ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ବ ରେ ଆୟୋଜିତ କାର୍ଲ ମାର୍କସ ଙ୍କ ର ଜୟନ୍ତୀ ଅବସରରେ ଏକ ସ୍ମୃତିଚାରଣ ସଭା ସହ ମାର୍କସ ଙ୍କୁ ସମର୍ପିତ ଏକ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଉରକେଲାର ହେତୁବାଦୀ ସମାଜତତ୍ତ୍ବବିତ୍ ବିଶିଷ୍ଟ ଚିନ୍ତାନାୟକ କେଦାରନାଥ ପ୍ରଧାନ ମୁଖ୍ୟ ଆଲୋଚକ ଏବଂ ଗଗନ ବିହାରୀ ଧଳ, ଡକ୍ଟର ନଗେନ କୁମାର ଦାସ ସମ୍ମାନନୀୟ ବକ୍ତା ରୂପେ “ସାଂପ୍ରତିକ ପ୍ରେକ୍ଷାପଟରେ ବୈଜ୍ଞାନିକ ସମାଜବାଦର ପ୍ରାସଙ୍ଗିକତା ” ସମ୍ପର୍କରେ ମାର୍କସ ଙ୍କ ର ଅର୍ଥତତ୍ତ୍ୱ ଦର୍ଶନ ର ବୈଷୟିକ ପ୍ରଭାବ କୁ ପ୍ରାଞ୍ଜଳ ଭାବରେ ଅବତାରଣା କରିଥିଲେ। ସଭାପତି ଶ୍ରୀ ପତି ସ୍ବାଗତ ଭାଷଣ ସହିତ ଏକ ସ୍ବତନ୍ତ୍ର କାବ୍ୟ ନୈବେଦ୍ୟ ର ଶ୍ରଦ୍ଧାଞ୍ଜଳି ଭାଷା ବିକାଶ ମଞ୍ଚ ତରଫରୁ ମାର୍କସ ଙ୍କୁ ଅର୍ପଣ କରିଥିଲେ।      

    ସାଧାରଣ ସମ୍ପାଦକ ମାର୍କସୀୟ ଦର୍ଶନ ର ଯୁଗାନ୍ତକାରୀ ପ୍ରଭାବ ସହିତ ତାଙ୍କ ସାମଗ୍ରିକ ଜୀବନର ସଂଘାତ ଓ ସଂଘର୍ଷ ସମ୍ପର୍କରେ ଏକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ମାର୍କସ ଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ବୈଜ୍ଞାନିକ, ଯୁକ୍ତିଅବ୍ୟର୍ଥ ଏବଂ ଲକ୍ଷ୍ୟ ଉଦାର ମାନବତା‌ ବୋଲି କହିଥିଲେ।

    ମୁଖ୍ୟ ଆଲୋଚକ ଙ୍କ ସମେତ ସମସ୍ତ ବରେଣ୍ୟ ବକ୍ତା ମୁକ୍ତ ଅର୍ଥନୀତିର ବିଶଦ ବ୍ୟାଖ୍ୟାନ ପୂର୍ବକ ଇତିହାସର ବିଚିତ୍ର ବିକାଶ, ଆର୍ଥନୀତିକ ସମ୍ପର୍କର ବୈଜ୍ଞାନିକ ବିଶ୍ଳେଷଣ, ଉତ୍ପାଦନ ପ୍ରଣାଳୀ ର କ୍ରମ ବିବର୍ତ୍ତନ ସମ୍ପର୍କରେ ଆଲୋଚନା ରଖି ପୁଞ୍ଜିବାଦୀ ସମାଜ ର ଅର୍ଥ ସମ୍ପର୍କ ର ବିବତ୍ସ ଦୃଶ୍ୟ କୁ ମାର୍କସ କିପରି “ଦାସ କ୍ୟାପିଟାଲ” ରେ ବିଶ୍ଳେଷଣ କରିଛନ୍ତି, ତାହା ବକ୍ତବ୍ୟରେ ପ୍ରତିପାଦନ କରିଥିଲେ।

      ସଭାପତି ଶ୍ରୀ ପତି ସାମଗ୍ରିକ ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ ପୂର୍ବକ ମାର୍କସ ଙ୍କ ଜୀବନାଲେଖ୍ୟ ପୁଞ୍ଜିବାଦ ବିରୋଧ ରେ ଶ୍ରମିକ ଶ୍ରେଣୀ ର ଗୌରବମୟ ସଂଗ୍ରାମର ଇତିହାସ ବୋଲି ଅଭିହିତ କରି ପ୍ରତିଟି କୁଟୀର କୁ ଶାନ୍ତି ଆଣିବା ଥିଲା ମାର୍କସ ଙ୍କ ଅନ୍ତିମ ଗବେଷଣା ଲବ୍ଧ ଇସ୍ତାହାର, ଲକ୍ଷ୍ୟ, ଆଭିମୁଖ୍ୟ ତଥା ସମସ୍ତ ପ୍ରକାର ଶ୍ରମିକ ଶ୍ରେଣୀ ର ମିଳିତ ଉଦ୍ୟମର ପ୍ରବହମାନ ଶ୍ରେଣୀ ସଂଘର୍ଷ ର ଅନ୍ତଃହୀନ ଯାତ୍ରା ବୋଲି କହିଥିଲେ। ସଭାର ଦ୍ବିତୀୟାର୍ଦ୍ଧ କାବ୍ୟ ସନ୍ଧ୍ୟା ରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଡଃ କୃପାସିନ୍ଧୁ ନାୟକ, ସୁଶାନ୍ତ କୁମାର ନାୟକ, ଡଃ ବିଜୟ ରାୟ, ମୀନକେତନ ପଶାୟତ, ବଳରାମ ରାଉଳ, ତ୍ରିଲୋଚନ ସ୍ବାଇଁ, ପ୍ରତାପ ପଣ୍ଡା, ବ୍ରଜେନ୍ଦ୍ର ଦାଶ, ବିଭୁ ନାୟକ, ଧୋବେଇ ବେହେରା, ଗୌତମ ଦାସ, ଅକ୍ଷୟ ପଣ୍ଡା ପ୍ରମୁଖ ବହୁ କବି କବିତା ପାଠ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବେତାର କେନ୍ଦ୍ର ଉଦଘୋଷକ ଯୁବକବି ଅଶୋକ ରାଉତ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶ୍ରୀମନ୍ତ ବେହେରା, ବାସୁଦେବ ସାହୁ, ଗଙ୍ଗାଧର ପୁହାଣ, ପଞ୍ଚାନନ ସୁନା, ମହେଶ୍ୱର ଦୀପ୍, ଅବିନାଶ ସାହୁ, ବ୍ରଜବିହାରୀ ଦାସ, ନରେନ୍ଦ୍ର ଗୋପ୍, କାଶୀନାଥ ପାତ୍ର, ରାଜୀବ ପାଣି, ବନିତା ମହାନ୍ତି, ଅପର୍ଣ୍ଣା ରାଉତରାୟ, ସୁପ୍ତି କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଏବଂ ପରିଶେଷରେ ଚନ୍ଦ୍ରଶେଖର ପାଇକରାୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ

masiha

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

Sunil Chandra Nayak

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

Sunil Chandra Nayak

Leave a Comment

error: Content is protected !!