ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମମତା ମଞରୀ ଥପା କରୋନା ଯୋଦ୍ଧା ଭାବେ ସମ୍ମାନିତ

ନୂଆପଡା // ଶ୍ରୀମତୀ ମମତା ମଞରୀ ଥପା ନୁଆପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜସେବୀ ତଥା ସ୍ୱଂୟ ସହାୟକ ଗୋଷ୍ଠୀ ମାନକଂ ନେତୃତ୍ବ ନେଉଥିବା ଜଣେ ନେତ୍ରୀ ଭାବରେ ବେଶ ଜଣାଶୁଣା। ଜିଲ୍ଲା ତଥା ଜିଲ୍ଲା ବାହାରେ ସେ ବେଶ ସୁପରିଚିତ, ଯେତେବେଳେ କରୋନା ମହାମାରୀ ପ୍ରଭାବରେ ସମସ୍ତ ଜନସମାଜ ଭୟଭୀତ ଅବସ୍ଥା ରେ ଜୀବନ ନିର୍ବାହ କରୁଥିବା ସମୟରେ ସେ ନିଜ ସୁରକ୍ଷା କଥା ଚିନ୍ତା ନକରି ଘର ଘର ବୁଲି ସଚେତନ କରୁଥିଲେ ହୋମ କରେଣ୍ଟାଇନ ରେ ରହିଥିବା ରୋଗି ମାନକଂ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ବାହାରୁ ଆସୁଥିବା ଶ୍ରମିକ ମାନକଂ ପଞିକରଣ କରି ଆଶ୍ରୟସ୍ଥଳ କୁ ପଠାଇବା ଭଲି କାର୍ୟ୍ଯ କରୁଥିଲେ ଏହା ସହିତ ସେ ସ୍ଥାନୀୟ ଲୋକ କଂ ବିଭିନ୍ନ ସମସ୍ୟା ଓ ତାକଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନକଂ ସମସ୍ଯାର ସମାଧାନ ଓ ସ୍ୱାବଲମ୍ବୀ କରିବାପାଇଁ ସବୁବେଳେ ଶତଚେଷ୍ଟା କରିଥାନ୍ତି, ତାକଂର ଏହି ସର୍ବ ସ୍ତରିୟ ସେବା ପାଇଁ ନୁଆପଡା ଜିଲ୍ଲା ପ୍ରଶାସନ ତରଫରୁ ସେବା ସମ୍ମାନ ସହିତ କରୋନା ଯୋଦ୍ଧା ଭାବେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ନୁଆପଡା ସଦର ସଦଭାବନା ଗ୍ରୁହ ଠାରେ ଓଡ଼ିଶା ରାଜ୍ଯ ମହିଳା ଆୟୋଗ ର ଅଧକ୍ଷ୍ୟା ମାନନୀୟା ଡ ମିନତି ବେହେରା, ନୁଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡି, ଜିଲ୍ଲା ମଂଗଲ ଅଧିକାରୀ ମନ କୁମାରୀ ଲେମ୍ବୋ ପ୍ରଭୁତି ଏହି ସମ୍ମାନ ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ, ଏହି ଖବର ଜାଣିବା ପରେ ସମସ୍ତେ ତାକୁଂ ଅଭିବାଦନ ଜଣାଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

masiha

ଏମିତି ପୁଅ ଜନ୍ମ କରିବା ଅପେକ୍ଷା ନିଃସନ୍ତାନ ରହିବା ଭଲ

Sunil Chandra Nayak

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

masiha

Leave a Comment

error: Content is protected !!