ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

କାମାକ୍ଷାନଗର -(ମନିସ )9/5/23 // ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ପଞ୍ଚାୟତ କନ୍ଧରା ଗ୍ରାମ ରେ ଦେଖିବାକୁ ମିଳିଛି ବିକାଶର ଆଉ ଏକ ନଗ୍ନ ଚିତ୍ର । ଜଗନ୍ନାଥ ମନ୍ଦିର ପାଖରେ କୋଣସି ପାନୀୟ ଜଳ ର ସୁବିଧା ନଥିବାରୁ ସରକାରଙ୍କ ତରଫରୁ ଏକ ପାନୀୟ ଜଳ ପ୍ରକଳ୍ପ କରାଯାଇଛି ଦୁଃଭାଗ୍ୟର କଥା ଏହି ନିର୍ମାଣ ହୋଇଥିବା କାର୍ଯ୍ୟଟି ଏତେ ନିମ୍ନ ମାନର ହୋଇଛି ଯେ ବହୁତ୍ କମ୍ ଦିନ ମଧ୍ୟରେ ମାଟିରେ ମିଶିଯିବ । ଉକ୍ତ ପ୍ରକଳ୍ପଟିର ଫଳକ ନ ଥିବା ବେଳେ ଲାଗିଥିବା ପାଇପ ପୁରୁଣା ପାଇପ ଓ କିଛି ନିମ୍ନ ମାନର ନୂଆ ପାଇପ୍ ଲାଗିଛି l ହଁ ଆଜ୍ଞା, ଏହି କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତରେ ଏତେ ଦୁର୍ନୀତି ଯେ କହିଲେ ନସରେ ମୁଁ କହୁଛି ଆଗରୁ ପ୍ରସାରଣ ହୋଇଥିବା କଙ୍କଡ଼ାହାଡ଼ ସାପ୍ତାହିକ ହାଟ ନାବାଡ଼ ଜଳ ପ୍ରକଳ୍ପର ହୋଇଥିବା ଦୁର୍ନୀତି କଥା ଠିକାଦାରଙ୍କ ପାପ ଲୁଚାଇବା ପାଇଁ ବାହାରି ଆସିଛନ୍ତି ନାବାର୍ଡ ସଂଯୋଜକ ବିଭୂତି ବାବୁଙ୍କ କଥା ।ଅଭିଯୋଗ ହେବା ପରେ ନିଜେ ଠିଆହୋଇ ଦବି ଯାଇଥିବା ପଥର ବାଡ଼ ଭାଙ୍ଗି କିଛି ପୁନଃ ପଥର ବସାଇ ଠିକାଦାରଙ୍କ ପାପ ଲୁଚାଇ ନିଜକୁ ପ୍ରଶଂସାର ପାତ୍ର ବୁଲାଉଥିବା ବେଳେ ଉତ୍ତର ଦେବେ ପ୍ରଥମ ପଶ୍ନ – ଆପଣଙ୍କର ମାଙ୍କଡ଼ା ପଥରରେ କାମ କରିବା ପ୍ରୋଭିଜନ ଅଛି ତ ? ଏଇ କାମଟିର ହରିଲୁଟ୍ ହୋଇଥିବା ବେଳେ କନ୍ଧରା ନୂଆସାହି ଅଙ୍ଗାନବାଡି ଜଳପ୍ରକଳ୍ପର ଫଳକ ନକରି ଶିକ୍ଷାନୁଷ୍ଟାନ କାନ୍ଥରେ ଫଳକ ଲେଖିବା କେତେ ଆଇନ ସଙ୍ଗତ ଏଠିକାର ଜନସାଧାରଣ ଘୋର ନିନ୍ଦା କରିଛନ୍ତି । ଅଭିଯୋଗ ଖବର ପ୍ରସାରଣ କରିବାପାଇଁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାଇ ଠିକାଦାର ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସ୍ଥାନୀୟ ସରପଞ୍ଚ ଙ୍କ ସ୍ୱାମୀ ବୋଲି ଜଣାପଡିଛି । ସରପଞ୍ଚ ସ୍ଵାମୀଙ୍କର ଏପରି କାର୍ଯ୍ୟକୁ ପ୍ରଶାସନ କିପରି ପ୍ରଶୟ ଦେଇଆସୁଛନ୍ତି ଓ ବ୍ଲକ ଅଧିକାରୀ କିପରି ଏହି କାର୍ଯ୍ୟ ଅନୁମତି ଦେଇଛନ୍ତି ନା ଜାଣି ଶୁଣି ଧୃତରାଷ୍ଟ୍ର ସାଜିଛନ୍ତି ।ଏପରି କାର୍ଯ୍ୟ କୁ କଙ୍କଡାହାଡ଼ ର ଜନ ସାଧାରଣ ଘୋର ନିନ୍ଦା କରୁଛନ୍ତି । ଦେଖିବାକୁ ବାକି ରହିଲା କେବେ କେଉଁ ଦିନ ଉପରିସ୍ଥ କର୍ମଚାରି ଦୃଷ୍ଟି ଗୋଚର କରୁ ଛନ୍ତି ନା ଅଣଦେଖା କରୁଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

masiha

ଆଜି ବି ଉଜ୍ଜୀବିତ ରହିଛି ବହୁ ପୁରାତନ କାଳର ତାଳପତ୍ର ପୋଥି

ଡ଼କ୍ଟର ମନୋଜ କୁମାର ବିଶ୍ୱାଳ ନିଟ  (NIT) ରାଉରକେଲା ରୁ ପାଇଲେ ପି ଏଚ୍ ଡି

Sunil Chandra Nayak

Leave a Comment

error: Content is protected !!