ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ବିୟୋଗରେ ଶୋକସଭା

ରାଉରକେଲା/ ସରକାରୀ ଉଚ୍ଚ ବିଦ୍ୟାଳୟ (ଆର୍ ଇ ସି କ୍ୟାମ୍ପସ) ଏନ୍ ଆଇ ଟି, ରାଉରକେଲା ରେ ପୂର୍ବତନ ସଂସ୍କୃତ ଵିଷାରଦ ପଣ୍ଡିତ ହରିହର ଷଡ଼ଙ୍ଗୀ ଙ୍କ ଅଵର୍ତ୍ତମାନରେ ପୂର୍ବତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଏକ ଶୋକସଭା ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଵହୁ ପୁରାତନ ଛାତ୍ର ଛାତ୍ରୀଙ୍କ ସହ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ପ୍ରଶାନ୍ତ କୁମାର ପତି ଯୋଗଦେଇ ପଣ୍ଡିତ ଙ୍କ ସ୍ମୃତି ଚାରଣ କରିଥିଲେ । ସୂଚନା ଯୋଗ୍ୟ ଯେ ପଣ୍ଡିତ ଷଡ଼ଙ୍ଗୀ ଏକାଧାରରେ ଜଣେ ସାହିତ୍ୟିକ,ସଂଗଠକ, ଭାଷାବିତ୍, ଶିକ୍ଷାବିତ୍, ଧର୍ମ ପରାୟଣ ତଥା ଛାତ୍ର ଵତ୍ସଳ ଶିକ୍ଷକ ଥିଲେ। ୧୯୭୧ ରୁ ସେ ଏହି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାଵେ ଯୋଗଦାନ କରିଥିଲେ । ଵହୁ ଛାତ୍ର ଛାତ୍ରୀ ଙ୍କର ସେ ଥିଲେ, ମାର୍ଗଦର୍ଶକ। ଜ୍ୟୋତିର୍ବିଦ ଭାବେ ମଧ୍ୟ ପରିଚିତ ଥିଲେ । ବିଦ୍ୟାଳୟ ର ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସୂଚାରୁରୂପେ ସଫଳ କରିବାକୁ ତାଙ୍କ ର ଅହରହ ପ୍ରୟାସ କରିଥିଲେ। ଯାହାକୁ ଛାତ୍ର ଛାତ୍ରୀ ମାନେ ଆଜି ସ୍ମୃତି ଚାରଣ କରିଥିଲେ। ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପତି ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣିଇ କହିଥିଲେ।ଏହି ଅବସରରେ ଶିକ୍ଷକ ସୁରେନ୍ଦ୍ର ଦାଶ ମଧ୍ୟ ଯୋଗ ଦେଇଥିଲେ। ୧୯୮୫ ତମ ବ୍ୟାଚ ରୁ ଆରମ୍ଭ କରି ଏଯାବତ୍ ର ଛାତ୍ର ଛାତ୍ରୀ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସଭାଟିକୁ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ପରିଚାଳନା କରିଥିଲାବେଳେ ସମାଜ ସେଵୀ ତଥା ବିଶିଷ୍ଟ ସଂଗଠକ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ଓ ଶିକ୍ଷକ ଅଜୟ କୁମାର ରାଉତ, ନମିତା ଦନ୍ତା, ସୁଜାତା ମିଶ୍ର, ଵିଜୟ ମହନ୍ତ, ସୁରେଖା ନାୟକ ଓ ପୁରାତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଞ୍ଜୁଵାଳା ମହାପାତ୍ର,ଉଦୟ ପ୍ରସାଦ ସାହୁ, ଦେବବ୍ରତ ଭୋଳ,କୁନାଲ ନାୟକ, ରାଜା ପଟ୍ଟନାୟକ, ଦିଲ୍ଲୀପ ନାୟକ, ଅଶୋକ ଦାସ ପ୍ରଭୃତି ସ୍ମୃତି ସଭାରେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ ଚେୟାର ପ୍ରଦାନ

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ସି ୱାଇ ଏସ ଡି ମିଳିତ ଆନୁକୁଲ୍ୟରେ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉଦଯାପିତ

Sunil Chandra Nayak

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

Leave a Comment

error: Content is protected !!