ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

କନ୍ଧମାଳ:11/05.(ମନିସ): କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ। ବୁଧବାର ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଘରୁ ବାହାରକୁ ଡାକି ନେଇ ନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମୋରବନ୍ଧ ପଞ୍ଚାୟତର ସାଉଲ୍ ପଡ଼ା ଠାରେ ସୁବଳ କହଁର ଙ୍କ ଘରେ ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ସୁବଳଙ୍କ ଘର ଠାରୁ ଦୁଇଶହ ମିଟର ଦୂରରେ ପାଖାପାଖି ଚାରି ରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି। ସୁବଳ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି। ଆଗରୁ ସେ ମାଓବାଦୀ ଟାର୍ଗେଟ ରେ କୁଆଡେ ଥିଲେ। କେଉଁ କାରଣରୁ ସୁବଳ ଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସେହି ଗ୍ରାମ ଜନଶୂନ୍ୟ ହୋଇଥିବା ବେଳେ ମାଓବାଦୀ ଙ୍କ ଟାର୍ଗେଟ ରେ ଥିବା ଜାଣି ସେ ଗାଁ ଛାଡ଼ି ବାଲିଗୁଡା ଅଞ୍ଚଳରେ ରହୁଥିଲେ। ତେବେ ଗ୍ରାମ ନିକଟରେ ସି ଆର ପି କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସୁବଳ ଏଇ ତିନି ମାସ ହେଲା ଗ୍ରାମକୁ ଆସି ନିଜ ଘରେ ରହୁଥିଲେ l

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଫାଇନାନ୍ସ ଆଳରେ ଗ୍ରାହକଙ୍କୁ ଠକେଇ ,ଦୋକାନ ମାଲିକ କୋର୍ଟ ଚାଲାଣ

masiha

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

Sunil Chandra Nayak

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ ସମେତ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

Leave a Comment

error: Content is protected !!