ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗତିପୁଟ : କେନ୍ଦୁପତ୍ର ତୋଳାଳୀ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ସୁବିଧା ରୁ ବଞ୍ଚିତ 

ତେନ୍ତୁଳିଖୁଣ୍ଟି ୧୨/୦୫/୨୩ // ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀ ଙ୍କ ସାମାଜିକ ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ଗ୍ରାମ ପଂଚାୟତ ଗୋତିପୁଟ ଗ୍ରାମ ର କିଛି କେନ୍ଦୁ ପତ୍ର ତୋଳାଳିମାନଙ୍କୁ ଗତ ଦୁଇବର୍ଷ ହେବ ରାଜ୍ୟସରକାର ଙ୍କ ତରଫରରୁ କେନ୍ଦୁପତ୍ର ତୋଳାଳୀ ଙ୍କୁ ଦେଉଥିବା ସାମାଜିକ ସୁୂରକ୍ଷା ସୁବିଧାବୃ ବଞ୍ଚିତ। ନା ସେମାନଙ୍କ ପିଲାମାନଙ୍କ ପାଇଁ ଷ୍ଟାଇପେଣ୍ଡ ନା ଅନ୍ୟ କିଛି ସୁବିଧା ପାଇ ନ ଥିବା ଅଭିଯୋଗ କରିଛନ୍ତି।

ପୂର୍ବ ରୁ କେନ୍ଦୁପତ୍ର ତୋଳାଳୀଙ୍କୁ 100 ବିଡା କୁ 30ରୁ 35 ଟଙ୍କା ପାଉଥିଲେ। ।ବର୍ତ୍ତମାନ ସରକାର ଙ୍କ ନିୟମ ମୁତାବକ 100 ବିଡାକୁ 200 ରୁ 250 ଟଙ୍କା ବିକ୍ରି କରୁଛନ୍ତି ସତ ,କିନ୍ତୁ ଏମାନେ ସକାଳୁ ନିଜ ସନ୍ତାନ ସନ୍ତତି ଙ୍କୁ ଛାଡି 10 ରୁ 12 କିଲୋମିଟର ପର୍ଯ୍ୟନ୍ତ ଯାଇ ପାହାଡ଼ ଚଢି କେନ୍ଦୁ ପତ୍ର ସଂଗ୍ରହ କରୁ ଛନ୍ତି। ।

 ଗତିପୁଟ ର ସୁଲୋଚନା ମୁଦୁଲି,ସୁବର୍ଣ୍ଣ ମୁଦୁଳି ,ଇନ୍ଦୁ ମୁଦୁଲି,ଯମୁନା ମୁଦୁଲି,ରତିନି ଜାନି, ବିଭୁତି ଜାନି,ନୋଇନା ମୁଦୁଲି, ମୂଲା ଜାନି ମୁଦୁଲି,ଲଷ୍ମୀ ଗୌଡ଼,ଦୀପାଇ ମୁଦୁଲି ,କୁନି ଜାନି,ତାରାଇ ଜାନି, ପ୍ରମୁଖ ଦୁଇ ବର୍ଷ ହେବ ସାମାଜିକ ସୁରକ୍ଷା ଯୋଜନା ଆଦିର ସୁଵିଧା ପାଇ ନ ଥିବା ଅଭିଯୋଗ କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ଗଣଧାରଣା

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

masiha

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

masiha

Leave a Comment

error: Content is protected !!