ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନୀ ବୈଠକ ଅନୁଷ୍ଠିତ

ନୂଆପଡା // ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ସ୍ଥିତ ସମ୍ଭବ ବଗିଚାରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନୀ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ସହିତ ସଂଘକୁ ଆଗାମୀ ସମୟରେ କିପରି ମଜବୁତ କରିବାକୁ ହେବ ତାହା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ବାଚନ ଅଧିକାରୀ ରୂପରେ ବିଶ୍ୱଜିତ ପାଢ଼ୀ ଓ ବିଜୟ କୁମାର ସହିସ ଦାଇତ୍ୱ ବହନ କରିଥିଲେ। ସଂଘୀୟ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ସୁରେଶ ଆଚାରି ଙ୍କୁ ସଭାପତି ରୂପରେ ଚୟନ କରାଯିବା ସଙ୍ଗେ ସମ୍ପାଦକ ଭାବେ ଦେବାନନ ତାଣ୍ଡି ,ଉପ ସଭାପତି ଭାବେ ରୁଦ୍ରରାଜ ବାଗ , ନୂଆପଡା ବ୍ଲକ ସମ୍ପାଦକ ରିଣ୍ଟୁ ପୁରୋହିତ, କୋମନା ବ୍ଲକ ପାଇଁ ମାଧବ ପ୍ରସାଦ ସାହୁ , ଖରିଆର ପାଇଁ ସାମ୍ଭ ସରାଫ, ବୋଡେ଼ନ ପାଇଁ ଟିକେଶ୍ୱର ନାଗ, ସିନାପାଲି ପାଇଁ ହେରାମ୍ବ ମେହେର ମନୋନୀତ ହୋଇଛନ୍ତି। ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ମୋତିଲାଲ ବାଗ ଓ ଜାତୀୟ ପାଇଁ ବିଜୟ ସହିସ ମନୋନୀତ ହୋଇଛନ୍ତି। କୋଷଧକ୍ଷ ପାଇଁ ପବିତ୍ର ପ୍ରଧାନଙ୍କୁ ନିୟମିତ କରାଯାଇଛି। ପରିଶେଷରେ ବିଶ୍ୱଜିତ ପାଢ଼ୀ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅଗ୍ନିକାଣ୍ଡ ରେ ୪ ଗୋରୁ ଜୀବନ୍ତ ଦଗ୍ଧ

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ଛତ୍ରପୁରରେ ପାଳିତ

Sunil Chandra Nayak

ଚାନ୍ଦା ଆଦାୟ କରି ରାସ୍ତା ତିଆରି କରିଲେ ଚାଟିଗୁଡା ଗ୍ରାମ ବାସୀ 

masiha

Leave a Comment

error: Content is protected !!