ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ବଳରାମ ମାସ ପାଳନ

ଡାବୁଗାଁ, ୧୨/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବଳରାମ ମାସ ପାଳନ ଅବସରରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବଳରାମ ରିକୋଭରି ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷରେ ବଳରାମ ଯୋଜନାରେ ଋଣ ପ୍ରଦାନ କରାଯାଇଥିଲା ସେମାନେ ରୁଣ ପଇଠ କରିବା, ଋଣ ପଇଠ କରିବା ପରେ ତାଙ୍କୁ ନୂତନ ଋଣ ପ୍ରଦାନ କରାଯିବା, ଡାବୁଗାଁ ଲ୍ୟାମ୍ପ୍ସରୁ ୨୦୨୨-୨୩ ଆର୍ଥିକ ବର୍ଷରେ ବଳରାମ ଯୋଜନାରେ ୪ ଟି ଜେଏଲଜି ଗ୍ରୁପ କୁ ଋଣ ପ୍ରଦାନ କରାଯାଇଥିଲା | ଚଳିତ ଆର୍ଥିକ ବର୍ଷରେ ନୂତନ ଜେଏଲଜି ଗ୍ରୁପ ଗଠନ କରି ଋଣ ପ୍ରଦାନ ନିମନ୍ତେ ଲ୍ୟାମ୍ପ୍ସ ଓ ବ୍ୟାଙ୍କ କୁ ଗ୍ରୁପ ଗୁଡିକର ତାଲିକା ପ୍ରଦାନ କରାଯିବା ନେଇ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଡାବୁଗାଁ ଅତିରିକ୍ତ ତହସିଲଦାର ସତିଶ କୁମାର ବୋଇନି, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଲ୍ୟାମ୍ପ୍ସ ପରିଚାଳକ ହରିବନ୍ଧୁ ମିର୍ଗାନ, ସମସ୍ତ କୃଷି ଅଧିଦର୍ଶକ ସୁଧାଂଶୁ କୁମାର ବରାଡ, ନୀଳକଣ୍ଠ ପଣ୍ଡା, କିଶୋର ଚନ୍ଦ୍ର ନାୟକ, ମମତା ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ସୁଶାନ୍ତ କୁଆମର ରାଉତ, ଏ.ଟି.ଏମ କେ. ଉଦୟା କୁମାରୀ, କୃଷକ ସାଥୀ, ଜେଏଲଜି ଗ୍ରୁପର ସଦସ୍ୟ, ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ପ୍ରକଳ୍ପ ଗୋଟିଏ କାମ ଅନ୍ୟ ସ୍ଥାନରେ,ଏମଜିଏନଆରଇଜିଏସ ଯୋଜନା ବାଟବଣା

Sunil Chandra Nayak

Leave a Comment

error: Content is protected !!